ସିଟି ଏବଂ ଜିଏସଟି ବିଭାଗର ଏକ ବଡଧରଣର ଚଢାଉ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ସିଟି ଏବଂ ଜିଏସଟି ବିଭାଗ ର ଏକ ବଡ ଧରଣର ଚଢ଼ାଉ କରିଛି |  ବୁଧବାର ମୟୁରଭଞ୍ଜ ଜିଲ୍ଲା ରରୁଆଁ ଠାରେ ରରୁଆଁ ବ୍ଲକ ର ପ୍ରତିଷ୍ଠିତ ବ୍ୟବସୟୀଙ୍କ ଏକାକାଳୀନ ତିନଟି ସ୍ଥାନ ରରୁଆଁ ବଜାରର ନିଜ ଗୃହ, ଇଟା ଫେକ୍ଟ୍ରି ଏବଂ ଶୁକୃଳି ବ୍ଲକର କୃଷ୍ଣପୁର ରେ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରିଥିବା ଜଣା ପଡିଛି |

ତେବେ ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ର ପ୍ରତିଷ୍ଠିତ ବ୍ୟବସୟୀ ଜିଏସଟି ଫାଙ୍କିବା ଅଭିଯୋଗ ବହୁବାର ଆସୁଥିଲା ଏହାକୁ ଆଧାର କରି ଡେପୁଟି କମିଶନର କୁଳମଣି ମଲିକ ଙ୍କ ସହିତ ବାଲେଶ୍ଵର, ମୟୁରଭଂଜ ଜିଲ୍ଲାର ୨ ଟିମ ମିଳିତ ଉଦ୍ୟମରେ ଆତର୍କିତ ଭାବେ ଇଟା, ସିମେଣ୍ଟ, ଛଡ,ଖଇନି ପ୍ରଭୂତି ବ୍ୟବସାୟ କରୁଥିବା ସ୍ୱାମୀ ଏବଂ ସ୍ତ୍ରୀ ନାଁ ରେ ଥିବା ବ୍ୟବସାୟ ଉପରେ ଏକ କାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରୁଥିବା ଦେଖିବାକୁ ମିଳିଛି |

ଏହି ଚଢ଼ାଉରେ ଅଧିକାରୀ ମାନେ ବିଶେଷ ଭାବେ ବିଲ୍ ସମ୍ବନ୍ଧୀୟ କାଗଜ ପତ୍ର ଜବତ କରିଥିବା ଜଣା ପଡ଼ିଛି । ଖବର ଲେଖାହେବ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ଡେପୁଟି କମିଶନରଙ୍କ ପ୍ରତିକ୍ରିୟା ନେବାରୁ ଏହା ଏକ ବଡଧରଣର ଚଢ଼ାଉ ଓ ଚଢ଼ାଉ ସମାପ୍ତ ହେବା ପରେ ସମସ୍ତ ସୂଚନା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟପଟେ ଆଜିର ଚଢାଉକୁନେଇ ଅନ୍ୟାନ ବ୍ୟବସାୟୀ ଙ୍କ ମଧ୍ୟରେ ଏକ କାକୁଆ ଭୟ ଦେଖିବାକୁ ମିଳିଛି |

Leave A Reply

Your email address will not be published.