ସୀମା ବିବାଦର ସମାଧାନ ପାଇଁ ଆଜି ଭାରତ ଓ ଚୀନ ମଧ୍ୟରେ ହେବ ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ଭାରତ ଓ ଚୀନ ମଧ୍ୟରେ ହେବ  ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ । ଭାରତୀୟ ସୀମାରେ ଥିବା ଚୁସୁଲ ମୋଲଡା- ବର୍ଡର ପଏଂଟରେ ଆୟୋଜିତ ହେବ ଏହି ବୈଠକ। ଏହା ଭାରତ ଓ ଚୀନ ମଧ୍ୟରେ ଏଲଏସି ସୀମା ବିବାଦକୁ ନେଇ ୧୯ ତମ ସାମରିକ ବୈଠକ ।

ଅପ୍ରେଲ ୨୩ ତାରିଖରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା ଓ ଏହାର ପ୍ରାୟ ୪ ମାସ ପରେ ଆଜି ପୁଣି ବୈଠକ ବସୁଛି । ଏଥିରେ ଡେସପାଙ୍ଗ ସହ ପୂର୍ବଲଦାଖର ଡେମଚୌକରୁ ଚୀନ ସୈନ୍ୟ ଅପସାରଣ ନେଇ ଚାପ ପକାଇବ ଭାରତ।

ଚୀନ ସହ ଏଲଏସି ସୀମା ବିବାଦ ଆଲୋଚନାରେ ଲେଫ୍ଟନାନ୍ଟ ଜେନେରାଲ ରସିମ ବାଲି ଭାରତର ପ୍ରତିନିଧିତ୍ୱ କରିବେ । ଏଥିରେ ଡେସପାଙ୍ଗ ସହ ପୂର୍ବଲଦାଖର ଡେମଚୌକରୁ ଚୀନ ସୈନ୍ୟ ଅପସାରଣ ନେଇ ଚାପ ପକାଇବ ଭାରତ । ଚୀନ ସହ ଏଲଏସି ସୀମା ବିବାଦ ଆଲୋଚନାରେ ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତର ପ୍ରତିନିଧିତ୍ୱ କରିବେ । ଏଥିରେ ବିଦେଶ ମନ୍ତ୍ରାଳୟର ଓ ଆଇଟିବିପିର ଅଧିକାରୀମାନେ ମଧ୍ୟ ସାମିଲ ହେବେ । ସେପଟେ ଚୀନର ପ୍ରତିନିଧିତ୍ୱ କରିବେ ଦକ୍ଷିଣ ସିନଜିଆଙ୍ଗ ମିଲିଟାରି ଡିଷ୍ଟ୍ରିକ୍ଟର କମାଣ୍ଡର । ଡ୍ରାଗନ ସହ ଏପରି ସମୟରେ କମାଣ୍ଡରସ୍ତରୀୟ ଆଲୋଚନା ହେଉଛି, ଯେତେବେଳେ ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ଯାଏଁ ବ୍ୟାପ୍ତ ୩ ହଜାର ୪୮୮ କିମି ଲମ୍ବା ଏଲଏସିରେ ଚୀନ ସେନାର ଗତିବିଧି ବଢିବାରେ ଲାଗିଛି । ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତିିଙ୍ଗ ମଧ୍ୟରେ ସାକ୍ଷାତ ଆଲୋଚନା ପୂର୍ବରୁ ଆଜି ହେବାକୁ ଥିବା କୋର-କମାଣ୍ଡରସ୍ତରୀୟ ବୈଠକ ବେଶ ଗୁରୁତ୍ୱ ବହନ କରୁଛି ।

Leave A Reply

Your email address will not be published.