ତୃତୀୟ ଦିନରେ ପହଞ୍ଚିଲା ଗ୍ରାମୀଣ ଡାକ ସେବକ ମାନଙ୍କ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତୃତୀୟ ଦିନରେ ପହଞ୍ଚିଲା ଗ୍ରାମୀଣ ଡାକ ସେବକ ମାନଙ୍କ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ | ସମଗ୍ର ଭାରତ ବର୍ଷ କୁ ଗୋଟିଏ ସୂତାରେ ବାନ୍ଧି ରଖିବାରେ ଭାରତୀୟ ଡାକସେବା ବିଭାଗ ସଦାସର୍ବଦା କାର୍ଯ୍ୟ କରିଆସିଥିଲା ବେଳେ ଏହି ବିଭାଗ ର ଗ୍ରାମୀଣ ଡାକସେବକ ମାନେ କିନ୍ତୁ ସଦାସର୍ବଦା ଅବହେଳିତ ହୋଇଆସୁଛନ୍ତି,ଏ ବାବଦରେ ବାରମ୍ବାର ଆନ୍ଦୋଳନ ପରେ ବି ସରକାର ସେମାନଙ୍କର ଦାବି ଉପରେ ବିଚାର ନ କରିବାରୁ ଚଳିତ ମାସ ବାର ତାରିଖ ଠାରୁ ସର୍ବ ଭାରତୀୟ ସ୍ତରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ର ଡାକରା ଦିଆଯାଇଛି |

ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ବିଜୟ କିଶୋର ଦାସ ଙ୍କ ନେତୃତ୍ୱ ରେ ଚାଲୁରହିଥିବା |ଏହି ତୃତୀୟ ଦିନର ଧର୍ମଘଟ ରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସଂଗଠନ ର ବ୍ୟକ୍ତିବିଶେଷ ସିପିଆଇଏମ ର ଜିଲ୍ଲା ସମ୍ପାଦକ ଗୟାଧର ଧଳ,ସିପିଆଇ ର ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ ଓ ଓସ୍ତା ସଙ୍ଗଠନର ପୂର୍ବତନ ଉପ ସଭାପତି ଅଧିକାରୀ ରାଧାକାନ୍ତ ଦାସ,ଜନଶକ୍ତି ପାର୍ଟିର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ ଙ୍କ ସମେତ ଅନ୍ୟ ଡାକ ସେବକ ସଙ୍ଘର ସଦସ୍ୟଗଣ ଗଗନ ବିହାରୀ ସୁତାର,ଭଞ୍ଜ କିଶୋର ସାହୁ,ସୋମନାଥ ରାଉଳ,ଗୋବିନ୍ଦ ଚନ୍ଦ୍ର ପାତ୍ର, ସୁଦୀପ୍ତ ଦାସ,ଦୀପ୍ତି ରଞ୍ଜନ ସ୍ୱାଇଁ,

ସୂର୍ଯ୍ୟକାନ୍ତ ଦାସ,ଶ୍ରୀଧର ସାହୁ,ବିଜ୍ଞାନ ରଞ୍ଜନ ଦାସ,ସତ୍ୟବନ ବିଶ୍ୱାଳ,ଅକ୍ଷୟ କୁମାର ଦାସ,ହରିହର ସାମଲ, ଅନନ୍ତ ଚନ୍ଦ୍ର ସ୍ୱାଇଁ,ନିକେତନ ଜେନା,ସତ୍ୟବାନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିଜର ଦାବି ଉପସ୍ଥାପନ କରିଥିଲେ ସଙ୍ଘ ତରଫରୁ ମୁଖ୍ୟ ପାଞ୍ଚଟି ପ୍ରମୁଖ ଦାବି ଯାହାକି ଗ୍ରାମୀଣ ଡାକସେବକ ମାନଙ୍କ କାର୍ଯ୍ୟ ନିର୍ଘଣ୍ଟ ସମୟ ଦୈନିକ ଆଠ ଘଣ୍ଟା ସ୍ଥିର କରାଯିବା ପ୍ରତି ବାର ବର୍ଷ ରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶ କୁ କାର୍ଯ୍ୟକାରୀ କରିବା,ସମସ୍ତଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବା ଓ ସେମାନଙ୍କୁ ପେନସନ ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ମିଳିବା ଏବଂ ଟାର୍ଗେଟ ନାଁ ରେ ଉପରିସ୍ଥ ଅଧିକାରୀ ମାନଙ୍କ ଉପରେ ଜୁଲମ ହେବା ବନ୍ଦେହେଉ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.