କାୟା ବିସ୍ତାର କରିବାରେ ଲାଗିଛି କୋରୋନାର ନୂଆ ଭାରିଆଣ୍ଟ ଜେଏନ.1

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନାର ନୂଆ ଭାରିଆଣ୍ଟ ଜେଏନ.1। ଚୀନ ଏବଂ ଆମେରିକା ପରେ ଏବେ ଭାରତରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ପଜିଟିଭ ହାର ସହିତ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଏକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି ।

ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନରେ ଦୁଇ କରୋନା ଆକ୍ରାନ୍ତ ଚିହ୍ଟଟ ହୋଇଛନ୍ତି । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କୋଭିଡ୍‌ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଦରକାର ହେଲେ ରାଜ୍ୟରେ ଟେଷ୍ଟିଂ ସେଣ୍ଟର ବଢ଼ାଯିବ । ସେଥିପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୩୪ ଜେଏ.୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ବେଙ୍ଗାଲୁରୁରୁ, ୪ ଜଣ ମହୀଶୂର, ୩ ଜଣ ମାଣ୍ଡ୍ୟା ଓ ରାମନଗର, ବେଙ୍ଗାଲୁରୁ ଗ୍ରାମୀଣ ଓ ଚାମାରାଜନଗରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବେଙ୍ଗାଲୁରୁ ସାଉଥ, ୱେଷ୍ଟ ଓ ରାମନଗର ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମାସ୍କ ବାଧ୍ୟତାମୂଳକ କରିବାକୁ ଗାଇଡଲାଇନ ଆସିନଥିଲେ ମଧ୍ୟ ଲୋକମାନେ ମାସ୍କ ଅଭ୍ୟାସ ଜାରି ରଖିବା ଦରକାର । ରାଜ୍ୟରେ ସର୍ଭେଲାନ୍ସ ବଢ଼ାଇବା ସହ ସତର୍କ ରହିବାକୁ ପଡିବ। ସାରା ଦେଶରେ ନୂଆ ଭାରିଆଣ୍ଟ ସଂକ୍ରମିତଙ୍କ ମଧ୍ୟରୁ ୯୮%ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି । କ୍ବଚିତ୍ ସଂକ୍ରମିତ ସିଭୟର ହେଉଛନ୍ତି । ତେଣୁ କୋରୋନା ନୂଆ ଭାରିଆଣ୍ଟକୁ ନେଇ ଆତଙ୍କତି ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.