ଓଡ଼ିଆ ନ୍ୟୁଜ, ରାଇରଙ୍ଗପୁର: ବଚସାରୁ ଆକ୍ରମଣ । ଆଉ ଆକ୍ରମଣରେ ଗୁରୁତର ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ୧୦ମ ଶ୍ରେଣୀ ଛାତ୍ରର ଛୁରା ମାଡେର ନବମ ଶ୍ରେଣୀ ଛାତ୍ର ଲହୁଲୁହାଣ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୩ ନମ୍ବର ୱାର୍ଡ ରେ ରହିଥିବା ବି.ସି.ସି (ବିକତ୍ତର୍ନ କୋଚିଂ ସେଣ୍ଟର) ନାମକ ଏକ ଘେରାଇ ଆବାସିକ ଅନୁଷ୍ଠାନେର ।
ନବମ ଓ ଦଶମ ଶ୍ରେଣୀ ଛାତ୍ରଙ୍କ ମଧୁର ଗଣ୍ଡଗଳ ଘଟିଥିବା ବେଳ, ଦଶମ ଶ୍ରେଣୀ ଛାତ୍ର ଦେବାଶିଷ ବାରିକଙ୍କର ଛୁରାମାଡ଼େରେ ନବମ ଶ୍ରେଣୀ ଛାତ୍ର କିରଣ ଦାସ ଗୁରୁତର ହୋଇ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡ଼ିକାଲ କୋଲଜ ଏଣ୍ଡ ହସ୍ପିଟାଲେର ଭର୍ତ୍ତି ହୋଇଥିବାର ଜଣାଯାଇଛି | ଛୁରା ମାଡ଼ର କାରଣ ଜଣା ପଡିନଥିବା ବେଳ ଶନିବାର ସନ୍ଧ୍ୟାରେ ଜଳଖୁଆ ସମୟେର କୌଣସି କାରଣ କୁ ନେଇ ଉଭୟ ଛାତ୍ର ଙ୍କ ମଧ୍ୟର ଗଣ୍ଡେଗାଳ ହୋଇଥିଲା । ।
ଏହି ଗଣ୍ଡେଗାଳ ଏତ ଉଗ୍ର ରୁପ ନେଇଥିଲା ଯେ ଏଥରେ ୧୦ମ ଶ୍ରେଣୀ ଛାତ୍ର ଜଣକ ପ୍ରତିଶୋଧ ପରାୟଣ ହୋଇ ଏକ ଧାରୁଆ ଛୁରୀ ରେ ନବମ ଶ୍ରେଣୀ ଛାତ୍ର ଙ୍କ ପେଟ ହାତ ଓ କାନମୁଳ ରେ ଶକ୍ତ ଆଘାତ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ବାରିପଦା ମେଡିକାଲ ରେ ଭଞ୍ଜପୁର ଥାନା ପୋଲିସ ପହଞ୍ଚି ଘଟଣା ବିଷୟର ଅଧିକ ତଦନ୍ତ କରୁଥିବାର ଜଣାଯାଇଛି ।