ଗହଣା ଚୋରି କରୁଥିବା ସମୟରେ ଧରାପଡିଲେ ଅଣ ଓଡ଼ିଆ ଚୋର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଗହଣା ଚୋରି କରୁଥିବା ସମୟରେ ଧରାପଡିଲେ ଅଣ ଓଡ଼ିଆ ଚୋର। ମୟୂରଭଞ୍ଜ ଏକ ଶାନ୍ତି ପ୍ରିୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏବେ ଅଣ ଓଡ଼ିଆ ଲୁଟେରାଙ୍କ ଉତ୍ପାତ ଜାରି ରହିଛି। ମୟୂରଭଞ୍ଜ ଜିଲ୍ଲା ଶୁକୃଳିର ଏକ ଗହଣା ଦୋକାନ ରୁ ଚୋରି କରିଥିବା ସାମଗ୍ରୀ ସହ ଦୁର୍ବୁର୍ତ୍ତ ବିଶୋଇ ରେ ଧରା ପଡିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣା ରୁ ଯାହା ଜଣାପଡିଛି ଶୁକୃଳି ର ଏକ ଗହଣା ଦୋକାନ କୁ ମଧ୍ୟପ୍ରଦେଶର ମିଆଜ ସାମ ହୁସେନ (୨୦)ଓ ମହମ୍ମଦ ଅଲ୍ଲୀ (୨୨) ମଟର ସାଇକେଲ ରେ ଯାଇ କିଛି ଗହଣା କିଣିବା ବାହାନାରେ ଯାଇଥିଲେ।ହେଲେ କୌଶଳ କ୍ରମେ ସେମାନେ ସେହି ଦୋକାନରୁ କିଛି ଗହଣା ଚୋରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଦୋକାନର ସିସି କ୍ୟାମେରା ରେ ଚୋରି ଦୃଶ୍ୟ କୋଏଦ ହୋଇଥିଲା।ଗହଣା ଦୋକାନୀ ଦୁର୍ବୃତ୍ତ ଙ୍କ ଫୋଟ ସୋସିଆଲ ମିଡିଆ ରେ ଛାଡିଥିଲେ।ସେହି ଦୁଇଜଣ ଆଜି ଅପରାହ୍ନରେ ବିଶୋଇ ଶୁଭଲକ୍ଷ୍ମୀ ଜୁଇଲାରୀ ଦୋକାନ କୁ ସୁନା କିଣିବା ବାହାନାରେ ଆସି ଗହଣା ଚୋରି କରିବାକୁ ଚେଷ୍ଟା କରୁଥିଲେ।

ଏହି ସମୟରେ ଶୁଭଲକ୍ଷ୍ମୀ ଗହଣା ଦୋକାନର ମାଲିକ ନିଜ ହ୍ଵାଟ୍ସଆପ ଗ୍ରୁପ ରେ ଆସିଥିବା ଏହି ଦୁଇ ଜଣଙ୍କ ଫୋଟ ଦେଖି ତାଙ୍କ ସନ୍ଦେହ ହେବାରୁ ବିଶୋଇ ଥାନାକୁ ଜଣାଇଥିଲେ। ବିଶୋଇ ଓଆଇସି ମିନି ଭୋଇ ଓ ତାଙ୍କ ଟିମ ଶୁଭଲକ୍ଷ୍ମୀ ଜୁଇଲାରୀ ଦୋକାନ କୁ ଆସି ଏହି ଦୁଇ ଜଣଙ୍କୁ କାବୁ କରିଥିଲେ।ତାଙ୍କ ପାଖରୁ ଏକ ପଲସର ଗାଡି (ଓଡ଼ି ୦୭ଏଜେ ୩୬୨୨)ସମେତ କିଛି ସୁନା ଓ ନଗଦ ଟଙ୍କା ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।

Leave A Reply

Your email address will not be published.