ଝଡ଼ ତୋଫାନ ରେ ତାଳ ଗଛ ପଡି ଭାଙ୍ଗିଗଲା ଘର ସହାୟତା ପାଇଁ ଦାବି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝଡ଼ ତୋଫାନ ରେ ତାଳ ଗଛ ପଡି ଭାଙ୍ଗିଗଲା ଘର ସହାୟତା ପାଇଁ ଦାବି | ଗତକାଲି ସନ୍ଧ୍ୟା ସମୟରେ ହଟାତ ଝଡ଼ ତୋଫାନ ହୋଇଥିଲା ଏଥିରେ ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ର ପଦନପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା ଙ୍କ ଘର ଉପରେ ତାଳ ଗଛ ଭାଙ୍ଗିପଡି ପଡିଥିଲା |

ଯାହାଫଳରେ ଘରଭାଙ୍ଗି ଯାଇଥିଲା କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ତେବେ କୃଷ୍ଣଚନ୍ଦ୍ର ଜଣେ ଦିନ ମଜୁରିଆ ବହୁ କଷ୍ଟ ରେ ଧାର ଉଧାର କରି ଘରଟିଏ ତିଆରି କରିଥିଲେ |

ଶେଷରେ ଅଦିନିଆ ଝଡ଼ ସାଜିଲା କାଳ ସରକାର ଙ୍କ ତରଫରୁ ସହାୟତା ପାଇଁ ଗୁହାରି କରିଛନ୍ତି ପରିବାର ଲୋକେ, ଏ ଖବର ପାଇବା ପରେ ଖାଳିଆବେଣ୍ଟା ଆର ଆଇ ଶୁଭସପ୍ନା ପଣ୍ଡା ଗୋଟିଏ ପଲିଥିନ ସହାୟତା କରିଛନ୍ତି ।

Leave A Reply

Your email address will not be published.