ଆମ ଓଡିଶା ନବୀନ ଓଡିଶା ତରଫରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜିତ | ବାହାନଡ଼ା ଏବଂ ଭୋଳାଗଡିଆ ଠାରେ ଆମ ଓଡିଶା ନବୀନ ଓଡିଶା ତରଫରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜିତ |

ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଟା ରୁ ୪ ଟା ସମୟ ପର୍ଯ୍ୟନ୍ତ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଖୁଣ୍ଟା ବ୍ଲକର ବାହାନଡ଼ା ଏବଂ ଭୋଳାଗଡିଆ ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” ତରଫରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ କିଭଳି ହୋଇପାରିବ ସେନେଇ ରାଜ୍ୟ ସରକାରଙ୍କ ପ୍ରୟାସ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଜନଜାତି ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ଖୁଣ୍ଟା ବ୍ଲକର ଅଧ୍ୟକ୍ଷ ସୁଧନ୍ୟା ନାଏକଙ୍କ ସମେତ ସ୍ଥାନୀୟ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.