ଓଡିଆ ନ୍ୟୁଜ (ବ୍ୟୁରୋ) : ମାଲବାହୀ ଟ୍ରେନ ଉପରେ ଏକ ବଡ ପଥର ଖଣ୍ଡ ଖସି ପଡିଛି । ଫଳରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଛି। ଏପରି ଏକ ଅଘଟଣ ଆଜି ସକାଳେ ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରୁ ଗୋଟିଏ କିମି ଦୂର ଶରଧାମୁଣ୍ଡା ନିକଟରେ। ଆଜି ସକାଳେ ଏକ ମାଲବାହୀ ଟ୍ରେନ୍ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଶରଧାମୁଣ୍ଡା ନିକଟରେ ହଠାତ୍ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଖସିଲା। ପଥର ଖଣ୍ଡଟି ଟ୍ରେନ୍ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଛି। ତେବେ ଟ୍ରେନ୍ରେ ଥିବା ରେଳ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି। ଖବର ପାଇ ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଲଗାଣ ବର୍ଷା ଯୋଗୁ ପଥର ଖଣ୍ଡକୁ ହଟାଇ ଇଞ୍ଜିନକୁ ଟ୍ରାକ୍କୁ ଆଣିବା କଷ୍ଟକର ହୋଇ ପଡ଼ୁଛି।
ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଖୁବ୍ ଚଳାଚଳ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ବରିଷ୍ଠ ଅଧିକାରୀ ଆଶା ରଖିଛନ୍ତି। ଅନୁଗୁଳ ଜିଲ୍ଲାରେ ଗତକାଲିଠୁ ଲଗାଣ ବର୍ଷା ଜାରି ରହିଛି। କେଉଁଠି ପୋଲ ଭାସି ଯାଇଛ ତ କେଉଁଠି ପୋଲ ଉପରେ ପାଣି ପ୍ରବାହିତ ହେଉଛନ୍ତି। କେନ୍ଦୁଝର ଜୁଡ଼ିଆ ଘାଟିରେ ଭୁସ୍ଖଳନ ଘଟି ଆଜି ସକାଳୁ ଏକ ପାହାଡ଼ରୁ ପଥର ଖସି ଏକ ମିନି ଟ୍ରକ୍ ଉପରେ ପଡ଼ିଥିବା ବେଳେ ଅନୁଗୁଳ ଜିଲ୍ଲାରେ ବି ସମାନ ଘଟଣା ଘଟିଥିବା ସୂଚନା ମିଳିଛି।