ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ଥିବା ଯାମଦା ଓ ଜାରକାଣୀ ବ୍ରାଞ୍ଚ, ଆଦିବାସୀ ସୋସିଓ ଏଜୁକେସନ ଏଣ୍ଡ କାଲଚୁରାଲ ଏସୋସିଏସନ (ଆସେକା) ଓ ଓଡିଶା ଆଦିବାସୀ ହୋ ସମାଜ | ଶୁକ୍ରବାର ମିଳିତ ବୈଠକରେ ସମ୍ବିଧାନର ଧାରା ୨୪୪ (୧) ଅଞ୍ଚଳ ପାଇଁ ଥିବା ପେସା ନିୟମ ୪ – (ଗ) ଅନୁଶାରେ ଗୋଟିଏ ଗ୍ରାମରେ ଗୋଟିଏ ଗ୍ରାମସଭା ନିୟମ ଲାଗୁ କରିବାକୁ ଅଣ୍ଟା ଭିଡିଛନ୍ତି ।
ଗତ ନଭେମ୍ବର ମାସର ୧୦ ତାରିଖ ଦିନ ଓଡିଶା ଗେଜେଟ୍ ନୋଟିଫିକେସନ ନମ୍ବର ୨୫୭୮୧ ରେ ୨୪୪(୧) ଅଞ୍ଚଳରେ ଗ୍ରାମ ପଞ୍ଚାୟତ ନିୟମ ୧୯୬୪, ୫ ତଥା ଗୋଟିଏ ଗ୍ରାମ ପଞ୍ଚାୟତରେ ଗୋଟିଏ ଗ୍ରାମ ସଭା କରିବାକୁ ଗେଜେଟ୍ ଡ୍ରାଫଟର କ୍ରମାଙ୍କ ୨, ଡିଫାଇନେସନ (ସି) ରେ ତାହା ଉଲ୍ଲେଖ ରହିଅଛି । ଏହି ନିୟମ ଲାଗୁ ହେଲେ ଆଦିବାସୀଙ୍କର ପେସା ଗ୍ରାମସଭା, “ଆବଆଃ ହାତୁରା ଆବଆଃ ରାଜ” ନିୟମ ହୋନନ ହେଉ ଥିବାରୁ ଯାମଦା ବ୍ଲକରେ ଥିବା ମୋଟ ୭୮ ଗୋଟି ଗ୍ରାମକୁ ନଭେମ୍ବର ମାସ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ୧୦ ଗୋଟି ଗ୍ରାମ ପଞ୍ଚାୟତରେ ବାସ କରି ରହୁଥିବା ସାନ୍ତାଳ, ହୋ ଓ ମୁଣ୍ଡା ଗ୍ରାମର “ମାଝୀନାୟକେ”, “ମୁଣ୍ଡାଦେହୁରୀ” ମାନଙ୍କୁ ନେଇ ବିରୋଧ ଓ ପରାମର୍ଶ ସଭା କରି ଓଡିଶା ସରକାରଙ୍କୁ ଆଦିବାସୀ ଚିହ୍ନଟ ଅଞ୍ଚଳରେ ୧୯୯୬ ପେସା ନିୟମ ୪-(ଗ) ଗ୍ରାମସଭା ଲାଗୁ କରିବାକୁ ବିଡିଓ ଯାମଦାଙ୍କ ଜରୀଆରେ ଜାନୁଆରୀ ୫ ତାରିଖ ଦିନ ବିରୋଧ ଓ ପରାମର୍ଶ ସଭା କରିବାକୁ ସ୍ଥିର ହୋଇଅଛି ।
ସଭାରେ ଯାମଦା, ଜାରକାଣୀ, ଦୁନ୍ଦୁ ପିଢ ଓ ହୋ ସମାଜରୁ ଯଥାକ୍ରମେ ଲକ୍ଷ୍ମଣ ଟୁଡୁ ଉପ ସଭାପତି, ଦୁଖୁରାମ ମୁର୍ମୁ ସମ୍ପାଦକ, ବାସ୍ତା ମାର୍ଣ୍ଡି କଷାଧ୍ୟକ୍ଷ, ସବାନ୍ ହାଁସଦାଃ, ଚୈତନ୍ୟ ହାଁସଦାଃ, ଉଦୟନାଥ କିସ୍କୁ କାର୍ଯ୍ୟକାରୀ ସଦସ୍ୟ, ଦୁର୍ଗା ହେମ୍ବ୍ରମ୍ ସଭାପତି, ଫୁଦାନ୍ ସୋରେନ୍ ପାର୍ଗାନା, ମଟକା ବିରୁଆ ଓଡିଶା ହୋ ସମାଜ ସଭାପତିଙ୍କର ମିଳିତ ବୈଠକରେ ନିଷ୍ପତି ନିଆ ଯାଇଥିଲା ।