ପ୍ରତିଷ୍ଠା ଅପେକ୍ଷାରେ ବିରଳ ୫୭ଫୁଟ ଉଚ୍ଚତାରେ ହନୁମାନ ମୂର୍ତ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରତିଷ୍ଠା ଅପେକ୍ଷାରେ ବିରଳ ୫୭ଫୁଟ ଉଚ୍ଚତାରେ ହନୁମାନ ମୂର୍ତ୍ତି | ଜୀବନର ଅଙ୍କାବଙ୍କା ରାସ୍ତାର ତିନିଛକରେ ଆର୍ଥୀକ ଦୁରାବସ୍ଥା ସହିନ ପାରି ଚାଲିଗଲେ ବାହାର ରାଜ୍ୟକୁ । ସେଠାରୁ ପୁଣି କିଛି ଦିନ ପରେ ବିଦେଶରେ ଯାଇ ଆରମ୍ଭ କରିଥିଲେ ନିଜର ବ୍ୟବସାୟ । ଦୀର୍ଘ ତିରିଶବର୍ଷର ଯାତ୍ରା ପରେ ନିଜ ପୈତୃକ ଜନ୍ମମାଟିରେ ବିଶ୍ୱର ସର୍ବାଧିକ ୫୭ ଫୁଟ ଉଚ୍ଚତା ଉଚ୍ଚତା ବିଶିଷ୍ଟ କଳାମୁଗୁନି ପଥରରେ ତିଆରି ବିଶାଳକାୟ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରିବାର ପ୍ରୟାଶ ।

ଏମିତିରେ ବି ଏହି ହନୁମାନ ମୂର୍ତ୍ତୀ ସିମେଣ୍ଟ ପ୍ରଲେପ ଦିଆନଯାଇ ନିର୍ମିତ କରାଯାଇଥିବା ଜଣାପଡିଛି । ବାସୁଦେବପୁର ବଜାରର ମହିଳା ମହାବିଦ୍ୟାଳୟ ମାର୍ଗରେ ବାପା ଅର୍ଜୁନ ବେହେରା ଓ ମାଆ ଲୀଳାବତୀଙ୍କ ସାନପୁଅ ଅମୂଲ୍ୟକୁମାର ବେହେରା । ପିଲାଟି ବେଳୁ ବାପା ଛେଉଣ୍ଡ ହୋଇଥିବା ବେଳେ ନବମ ଶ୍ରେଣୀରୁ ପାଠ ପଢାର ଡୋରୀ ବନ୍ଧା ହେଲା । ଜଣେ ସଂପର୍କିୟଙ୍କ ସହ ବାହାର ରାଜ୍ୟକୁ ପଳାଇଯାଇ, ସେଠାରେ ଏକ ନାମୀଦାମୀ ହୋଟେଲରେ ରୋଷେୟା ଭାବରେ ଚାକିରୀ କରି ନିଜର ପାରିବାରିକ ଚାଲିଚଳଣୀରେ ସୁଧାର ଆଣିଥିଲେ । ପରେ ବିଦେଶକୁ ଚାଲିଯାଇ ସେଠାରେ ମାନ୍ୟୁଫାକଚରିଂ ବ୍ୟବସାୟ ଆରମ୍ଭ କରିଥିଲେ ।

ବାସୁଦେବପୁରରେ ନିଜର ବାସଗୃହ ନିର୍ମାଣ ପରେ ପୈତୃକ ଗାଁ ସୋରୋ ଥାନା ଅଧିନ ବାଳଙ୍ଗ ମୁନୀ ପଡିଆ ଠାରେ ଧାର୍ମୀକ ପରିବେଶ ତାଙ୍କର ପିଲାବେଳର ସ୍ମୃତିକୁ ଦୋହରାଇଥିଲା । ଯାହାକୁ ନେଇ ମୁନୀପଦା ଠାରେ ରାମ,ଲକ୍ଷ୍ମଣ ଓ ସୀତାଦେବୀଙ୍କ ଉଦେଶ୍ୟରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟାରମ୍ଭ କରିଥିବା ସହ ବିରଳ ହନୁମାନ ମୂର୍ତ୍ତି ସ୍ଥାପନ ପାଇଁ ମନ ବଳିଥିଲା । ସହଯୋଗର ହାତ ବଢାଇଥିଲେ ଅଞ୍ଚଳବାସୀ । ଯଥା ସମ୍ଭଳ ଅନୁଯାଇ ଆର୍ଥୀକ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାବତ ଦୁଇକୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ଖର୍ଚ୍ଚ ହୋଇଥିବା ବେଳେ ପାଖାପାଖି ଦୁଇପ୍ରତିଶତ ଅର୍ଥ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ମିଳିପାରିଛି ବୋଲି ଅମୂଲ୍ୟ କହିଛନ୍ତି ।

ଏହି ଅନୁଷ୍ଠାନ ପାଇଁ ଧର୍ମପତ୍ନୀ ଶୁଭଲକ୍ଷ୍ମୀଙ୍କ ସହଯୋଗ ପାଇଁ ଏହି ନିର୍ମାଣ କାର୍ଯ୍ୟ ଆଗକୁ ଯାଇପାରିଛି, ଆସନ୍ତା ୨୦୨୪ ମସିହା ଫେବୃୟାରୀ ମାସରେ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହେବା ସହ ପ୍ରଧାନମନ୍ତ୍ରୀଙ୍କ ହାତରେ ପ୍ରତିଷ୍ଠାତ୍ସୋବ ପାଳନ କରାଯିବାକୁ ଆଶାବାଦୀ ଥିବା ଜଣାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ସହ ଯୋଗାଯୋଗ କରାଯାଉଛି ବୋଲି କହିଛନ୍ତି ସମାଜସେବୀ କିଶୋରକୁମାର ମହାପାତ୍ର । ଏହି ଅବସରରେ ଆଜି ବାଳଙ୍ଗ ମୁନୀପଦା ଠାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଆକାଶ ବେହେରା ଓ ଧରିତ୍ରୀ ବେହେରା ପ୍ରସ୍ତୁତି ବୈଠକ ପରିଚାଳନାରେ ସହାୟତା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଜ୍ଞାନୀ,ଗୁଣୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.