ରାଜଧାନୀରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାର୍ଣ୍ଣାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ ।  ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।

ତେବେ ସୂଚନା ମୁତାବକ,  ଭୁବନେଶ୍ୱର ସ୍ଥିତ ରବି ଟକିଜ୍ ଛକରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଯାଉଥିଲା। ଏହି ନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ଭାଇ ସ୍ପାରେରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ପା ମାଲିକ ସଂପୃକ୍ତ ଯୁବତୀ ଓ ତାଙ୍କୁ ମାରପିଟ କରିଥିଲେ।

ଯୁବତୀ ଜଣଙ୍କ ଏନେଇ ବଡ଼ ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଯୁବତୀ ଓ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ଏଥିସହ ବଡ଼ଗଡ଼ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ପୁଲିସ ପହଞ୍ଚି ଯୁବତୀ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏଥିସହ ସ୍ପାରେ ଚଢ଼ାଉ କରିଥିଲା। ଜଣେ ଯୁବକ ଏଥିରେ ଧରାପଡିଥିବାବେଳେ ଦୁଇ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି।

Leave A Reply

Your email address will not be published.