ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଏହାର ସାମ୍ଭାବ୍ୟ ଗତିପଥ ଓ ସମୟ ନେଇ ନିର୍ଦ୍ଦିଷ୍ଟ ଆକଳନ କରାଯାଇନି । କେତେକ ପାଣିପାଗ ମଡେଲର ପ୍ରାକ୍ ଆକଳନ ଅନୁସାରେ ସାମ୍ଭବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡିଶା ଉପକୂଳରେ ମାଡ ହୋଇପାରେ । ଆଉ କେତେକ ମଡେଲର ଗତିପଥ ପୂରା ଭିନ୍ନ । ଏମିତିିକି ବାଂଲଦେଶ ମୁହାଁଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।ଏହି ଲଘୁଚାପ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଆହୁରି ତୀବ୍ରତର ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ପାଲିଟିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମର ଆକଳନ ଅନୁସାରେ, ଲଘୁଚାପ ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ୪ ତାରିଖ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ। ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।ତେବେ ଲଘୁଚାପ ଅବପାତରେ ପରିଣତ ହେବା, ଏହାର ଗତି, ଦିଗ ଓ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି।

ଏପଟେ ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ବଢିଛି । ଅମଳ ସମୟରେ ବର୍ଷା କି ପବନ ହେଲେ ପୁରା କ୍ଷେତ ଉଜୁଡି ଯିବାର ଭୟ ରହିଛି। ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଦକ୍ଷିଣ ଆଣ୍ଡମାନ ସାଗର ଉପରେ ଲଘୁଚାପ ରହିଛି ।ବର୍ତ୍ତମାନ ଧାନ ଅମଳ ସମୟ। ବର୍ଷ ଯାକର ପରିଶ୍ରମ କରି ବିଲରେ ସୁନାର ଫସଲ ଫଳାଇଛି ଚାଷୀ। ଏଭଳି ସ୍ଥିତିରେ ଯଦି ବାତ୍ୟା ଆସେ, ତେବେ ଉଜୁଡିଯିବ ଚାଷୀର ଭବିଷ୍ୟତ। ବାତ୍ୟାକୁ ନେଇ ଚାଷୀଙ୍କ ମଧ୍ୟରେ ଛନକା ପଶିଛି।

Leave A Reply

Your email address will not be published.