କଂଗ୍ରେସ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ଟାଉନ କଂଗ୍ରେସ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି | ୨୦୦୬ ମସିହା ଜାନୁୟାରୀ ୨ ତାରିଖ ଦିନ ବିଜେଡି – ବିଜେପି ସରକାରଙ୍କ ଦ୍ବାରା ହତ୍ୟା କରାଯିବା ଫଳରେ କଳିଙ୍ଗନଗର ଠାରେ ନିରୀହ ଆଦିବାସୀମାନେ ନିହତ ହୋଇଥିଲେ |

ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ରାଇରଙ୍ଗପୁର ଟାଉନ କଂଗ୍ରେସ ଆନୁକୂଲ୍ୟରେ ଜିଲ୍ଲା ସାଧାରଣ ସଂପାଦକ ହରିଚରଣ ସାହୁଙ୍କ ନେତୃତ୍ବରେ ସ୍ଥାନୀୟ ବଜାର ମହାତ୍ମାଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ଏଥିରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ଟାଉନ ସଭାପତି ଅଶୋକ ଅଗ୍ରୱାଲ, ଉପସଭାପତି ରୂପକ ମହାନ୍ତି, ଜିଲ୍ଲା ଏ ସି ସେଲ ସଭାପତି ଭାଗିରଥୀ ପାତ୍ର,

ଏଲ୍ ଡି ଏମ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ର ଏମ ଡି ଇନତେଖାବ ଆଲମ, ଜାମଦା ବ୍ଲକ ସଭାପତି ମନୋଜ ନାୟକ, ଅନନ୍ତ ମାର୍ଣ୍ଡି, ଜଗେନ୍ଦ୍ର ବାନ୍ଦରା, ଲଳିତ କୁମାର ମହାନ୍ତ, ଜନେଶ୍ବର ଅକତର, ଯୁବ ଉପସଭାପତି ଇଂ ରମଜାନ ବେଗ୍, ରାଇରଙ୍ଗପୁର ବ୍ଲକ ସଭାପତି ସିମଲ ମାଝୀ, କିଶୋର ମହାନ୍ତ (ଲମ୍ବୁ), ମହିଳା ମୋର୍ଚ୍ଚା ସଭାପତି ରାକ୍ଷୀ ପୂର୍ଣ୍ଣିମା ଡଗରା, ଶ୍ରଦ୍ଧାଞ୍ଜଳି ଦାସ ତଥା ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.