ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଫଳରେ ଏବେ ସୁଧା ୧୧୬ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୪୦୦ ରୁ ଅଧ୍ଖଳ ଆହତ ହୋଇଛନ୍ତି । ଚୀନ – ଉତର – ପଶ୍ଚିମ ଅଂଚଳରେ ଗାନସୁରେ ଭୂକମ୍ପ ହୋଇଛି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ ଉଦଗିରଣ ମଧ୍ୟ ହୋଇଛି । କୁହାଯାଉଛି ଯେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏଠାରେ ଅନେକ କୋଠା ମଧ୍ୟ ଭୁଶୁଡି ପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଫସିରହିଛନ୍ତି ଶହଶହ ଲୋକ । ଫଳରେ ମୃତୁ୍ୟ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି ।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ୧୧ଟା ୫୯ ମିନିଟ୍ ସମୟରେ ଉତ୍ତର ପଶ୍ଚିମ ଚୀନର ଗାଂସୁରେ ଭୂକମ୍ପ ସଂଗଠିତ ହୋଇଛି । କିଙ୍ଘାଇଠାରୁ ୫ କିଲୋମିଟର ଦୂର ଗାଂସୁ ପ୍ରଦେଶର ଜିଶିସାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ, ଗାଂସୁରେ ବ୍ୟାପକ ଧନୀଜୀବନ କ୍ଷୟକ୍ଷତି ହୋଇଛି । ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି । ଏଥିରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଂସୁରେ ୯୬ ଏବଂ କିଙ୍ଘାଇରେ ୧୨୪ ଜଣ ଲୋକ ଆହତ ହୋଇଛନ୍ତି । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା(USGS) ଏହି ଭୂମିକମ୍ପର ତୀବ୍ରତା ୫.୯ ହୋଇଥିବା କହିଛି ।
ଭୂକମ୍ପରେ କିଙ୍ଘାଇ, କାଉଣ୍ଟି ଓ ଡିୟାଡୋଜି ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ଘଟିଛି । ବଡ଼ବଡ଼ କୋଠା ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଶତାଧିକ ଲୋକେ ଭଗ୍ନାବଶେଷ ତଳେ ଦବି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରଖିଛି