କେମିକାଲ୍ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଫ୍ୟାକ୍ଟ୍ରୀ ମଧ୍ୟରେ ବଏଲର ଫାଟିବା କାରଣରୁ ଭୀଷଣ ଜୋରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦ ଏତେ ପ୍ରଖର ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ । ଘଟଣାରେ ଏ ପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

କେମିକାଲ୍ ଫ୍ୟାକ୍ଟ୍ରିକୁ ସଂଯୋଗ କରୁଥିବା କ୍ଲୋରିକ୍ ଏସିଡ୍ ପାଇପ୍ ଫାଟି ଏହି ଅଘଟଣ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ MKCG ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଥାନେର ଏମଆଇଡିସି ଅଞ୍ଚଳର ଫେଜ୍‌-୨ରେ ଥିବା ଓମେଗା ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ଘଟିଛି । କର୍ମଚାରୀମାନେ କାରଖାନା ଭିତରେ କାମ କରୁଥିବା ବେଳେ ହଠାତ୍‌ ବଏଲରରେ ଯାନ୍ତ୍ରିକ ତ୍ରୁଟି ହେତୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ୩କିମି ପର୍ଯ୍ୟନ୍ତ ଶୁଣାଯାଇଥିଲା । କିଛି କିଛି ଘରର ଝରକା କାଚ ଗୁଡିକ ମଧ୍ୟ ଭାଙ୍ଗିଯାଇଥିବା ସୂଚନା ମଳିଛି ।

ଏ ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ଫ୍ୟାକ୍ଟ୍ରିରେ ଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣାରେ ଏଯାବତ୍ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.