କୁଜଙ୍ଗ ବ୍ଲକ ମତ୍ସ୍ୟ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଶତାଧିକ ମତ୍ସ୍ୟଯିବୀ ଙ୍କ ଧାରଣା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମତ୍ସ୍ୟ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଶତାଧିକ ମତ୍ସ୍ୟଯିବୀ ଙ୍କ ଧାରଣା। ମତ୍ସ୍ୟଜୀବୀଙ୍କ କହିବାନୁଯାୟୀ ତାଙ୍କର ଉନ୍ନତି ପାଇଁ ସବସିର୍ଡ ର ଜାଲ, ଡଙ୍ଗା, ଇଞ୍ଜିନ ବ୍ୟବସ୍ଥା ଥିବା ସତ୍ବେ ସେମାନେ କିଛି ସୁବିଧା ପାଇ ପାରୁନାହାନ୍ତି।

ତେବେ ଯେଉଁମାନେ ସରକାରୀ ସୁବିଧା ପାଇବା କଥା ସେମାନେ ସୁବିଧାରୁ ବଂଚିତ ହେଉଥିବା ବେଳେ ସରକାରୀ କର୍ମଚାରୀ ଅଣ ଓଡିଆ ଙ୍କୁ ପ୍ରଧାନ୍ୟ ଦେବା ସହ ସେମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେ଼ଇ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମତ୍ସ୍ୟଯିବୀ। ଏ ନେଇ କୁଜଙ୍ଗ ବ୍ଲକ୍ ର ସମସ୍ତ ମତ୍ସ୍ୟଯିବୀ ଆଜି ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଦାବି ପୁରଣ ନ ହେଇଛି ସେପର୍ଯ୍ୟନ୍ତ ଏହି ଧାରଣା ଯାରୀ ରହିବ ବୋଲି ମତ୍ସ୍ୟଯିବୀ ମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ସରକାର ଙ୍କ ଗାଇଡ ଲାଇନ୍ ଅନୁସାରେ ସବୁ ଠିକ୍ ଠାକ୍ ଚାଲୁଛି ଓ ଅଭିଯୋଗ ଅନୁଯାୟୀ ସମସ୍ତ ମତ୍ସ୍ୟଯିବୀ ମାନଙ୍କ ର କାଗଜପତ୍ର ଯାଞ୍ଚ କରାଯାଉଛି ଵୋଲି କହିଛନ୍ତି କୁଜଙ୍ଗ ଅତିରିକ୍ତ ମତ୍ସ୍ୟ ଅଧିକାରୀ। ତେବେ ଘଟଣା କୁ ନେଇ ମତ୍ସ୍ୟଯିବୀ ମାନେ ଧାରଣା ରେ ବସିଥିବା ବେଳେ ମତ୍ସ୍ୟଯିବୀ ମାନଙ୍କ ଅଭିଯୋଗ କୁ ନେଇ ତଦନ୍ତ କରିବା ଆବଶ୍ୟକ ରହିଛି।

Leave A Reply

Your email address will not be published.