ଦରଦାମ ବୃଦ୍ଧି ନେଇ ଓଡିଶା ଆମ ଆଦମୀ ପାର୍ଟିର ପ୍ରତିବାଦ, ତୁରନ୍ତ ହ୍ରାସ କରାନଗଲେ ଆନ୍ଦୋଳନର ଚେତାବନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ମାତ୍ର ୧୫ ଦିନ ତଳେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଗତକାଲି ପୁଣି ନରେନ୍ଦ୍ର ମୋଦି ସରକାର ୩ ଟଙ୍କା ୫୦ ପଇସା ବଢ଼ାଇଛନ୍ତି l ବ୍ୟବସାୟିକ ଗ୍ୟାସର ଦର ମଧ୍ୟ ୮ ଟଙ୍କା ବଢିଛି l ବର୍ତ୍ତମାନ ଭୁବନେଶ୍ୱରରେ ଘରୋଇ ଗ୍ୟାସ ୧୦୨୯ ଟଙ୍କା ଏବଂ ବ୍ୟାବସାୟିକ ଗ୍ୟାସ ୨୪୮୧ ଟଙ୍କା ହୋଇଛି l କେବଳ ଗ୍ୟାସ ଦର ବୃଦ୍ଧି ନୁହେଁ ପେଟ୍ରୋଲ, ଡିଜେଲ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ମଧ୍ୟ ଆକାଶ ଛୁଆଁ ହୋଇଛି l ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୨ ଟଙ୍କା ୨୪ ପଇସାରେ ପହଂଚିଛି l ଖାଇବା ତେଲ, ପନିପରିବା, ଗ୍ରୋସରୀ ଏବଂ ବସ ଓ ଟ୍ରେନରେ ଭଡା ମଧ୍ୟ ଅତ୍ୟଧିକ ବୃଦ୍ଧି ପାଇଛି l ରାଜ୍ୟର ନବୀନ ସରକାର ଟାଟା କମ୍ପାନୀ ସହିତ ମିଶି ଲୋକଙ୍କ ଉପରେ ବିଜୁଳି ଅତ୍ୟାଚାର ଜାରି ରଖିଛନ୍ତି l ବର୍ଦ୍ଧିତ ବିଲ, ବିଜୁଳି କାଟ ରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି l

କରୋନା ହେତୁ ରୋଜଗାର ହ୍ରାସ ପାଇଥିବାବେଳେ ମୋଦି ଏବଂ ନବୀନଙ୍କର ଜନବିରୋଧୀ ନୀତି ଲୋକଙ୍କର ଜୀବନ ଜୀବିକା ଉପରେ ଭୀଷଣ ପ୍ରଭାବ ପକାଇଛି l ସାଧାରଣ ଜନତାଙ୍କର ଦୈନଦିନ ଜୀବନ ଦରଦାମ ବୃଦ୍ଧି ହେତୁ ଅତିଷ୍ଠ ହୋଇଯାଇଛି lଏହାକୁ ତୁରନ୍ତ ହ୍ରାସ କରାନଗଲେ ଆସନ୍ତା ଦିନରେ ଆପ୍ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି।

ଏ ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଖୋର୍ଦ୍ଧା ଏବଂ ଭୁବନେଶ୍ୱରର କାର୍ଯ୍ୟକର୍ତ୍ତା ମାନେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିକଟରେ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ଜଣାଇବା ସହିତ ବର୍ଦ୍ଧିତ ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ବିଦ୍ୟୁତ ଦରକୁ ହ୍ରାସ କରିବା ପାଇଁ ଦାବି ଜଣାଇଛନ୍ତି।

ଆଜି ପ୍ରେସ ମିଟ ରେ ଆପ୍ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଶୁଭାଶିଷ ସ୍ୱାଇଁ,ଆପ୍ ଭୁବନେଶ୍ୱର ମହାନଗର ନିଗମ ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ତଥା ଆପ୍ ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ରଙ୍ଗାଚରଣ ପ୍ରଧାନ ଉପସ୍ଥିତ ଥିଲେ।

Leave A Reply

Your email address will not be published.