ଅତ୍ୟଧିକ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ଜନତା, ବିରୋଧ କରି ରାସ୍ତାକୁ ଓହ୍ଲାଇଲା ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ ପାର୍ଟି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ସାରା ଦେଶରେ ମୁଦ୍ରାସ୍ଫିତି ବଢିବା ହେତୁ ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରତ୍ୟକ ଜିନିଷର ଦାମ ଆଶାତୀତ ଭାବରେ ବଢିଯାଇଛି l ମୋଦି ସରକାରଙ୍କ ବିଫଳ ଆର୍ଥିକ ନୀତି ପେଟ୍ରୋଲ, ଡିଜେଲ, ଗ୍ୟାସ, ରେଳ ଭଡା ତଥା ଔଷଧ ପ୍ରଭୃତି ପ୍ରତ୍ୟକ ଜିନିଷର ଦାମ ବଢ଼ାଇଛି l ଯେଉଁ ଗ୍ୟାସ ୨୦୨୧ ମସିହାରେ ୮୦୯ ଟଙ୍କାରେ ମିଳୁଥିଲା ବର୍ତ୍ତମାନ ୧୦୨୯ ଟଙ୍କାରେ ମିଳୁଛି l ସେହିପରି ୨୦୨୧ ରେ ପେଟ୍ରୋଲ ୯୦.୪୦ ଟଙ୍କା ଥିବାବେଳେ ବର୍ତ୍ତମାନ ୧୦୩.୧୯ ଟଙ୍କା ଏବଂ ଡିଜେଲ ମଧ୍ୟ ୯୪.୭୫ ଟଙ୍କାରେ ପହଂଚିଛି l

ମୋଦି ସରକାରଙ୍କର ବିଫଳତା ସହିତ ନବୀନ ବାବୁଙ୍କର ଅପାରଗ ଶାସନ ଲୋକମାନଙ୍କୁ ଦରବୃଦ୍ଧିର ଯନ୍ତାରେ ପକାଇଦେଛି l ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି ବେଳେ ଖୋଦ ଶକ୍ତି ମନ୍ତ୍ରୀ ଏହାକୁ କମାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ମାତ୍ର ତାହା ହେଲା ନାହିଁ l ନିକଟରେ ବସ ଭଡା କିଲୋମିଟର ପ୍ରତି ୨ ପଇସା, ୪ ପଇସା ଏବଂ ୬ ପଇସା ବୃଦ୍ଧି ପାଇଛି l ସେହିପରି ଖାଇବା ତେଲ ଦର ୧୮%, ପନିପରିବା ଦର ୧୧%, ମାଛ ଏବଂ ମାଂସ ଦର ୯.୬୩% ବଢିଛି l ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉନାହାନ୍ତି l ତେଣୁକରି ଓଡିଶାରେ ଦରଦାମ ବୃଦ୍ଧି ବେଲଗାମ ହୋଇଯାଇଛି l

ସେଥିପାଇଁ ଆମ ଆଦମୀ ପାର୍ଟି ନିମ୍ନ ଲିଖିତ ଦାବି ରଖୁଛି l
୧. ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରକୁ ଅତ୍ୟନ୍ତପକ୍ଷେ ୨୦୨୧ ମଇ ମାସ ସ୍ତରକୁ ନିଆଯାଉ l
୨. ରାଜ୍ୟ ସରକାର ତୁରନ୍ତ ବର୍ଦ୍ଧିତ ବସ ଭଡାକୁ ପ୍ରତ୍ୟାହାର କରନ୍ତୁ ଏବଂ ସୁଲଭ ମୂଲ୍ୟରେ ପନିପରିବା ଓ ଖାଇବା ତେଲ ଯୋଗାଇବା ପାଇଁ ପଦକ୍ଷେପ ନିଅନ୍ତୁ l
୩. ଯଦି ଏପରି ଦର ବୃଦ୍ଧି ଲାଗିରହେ ତେବେ ରାଜ୍ୟ ସରକାର ଗରିବ ଏବଂ ମଧ୍ୟବିତ୍ତ ପରିବାର ଗୁଡିକ ପାଇଁ ସ୍ୱତନ୍ତ ପ୍ୟାକେଜ ଘୋଷଣା କରନ୍ତୁ l
୪. ଆମ ଆଦମୀ ପାର୍ଟି ଦୀର୍ଘ ଦିନରୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରୁଛି l ରାଜ୍ୟ ସରକାର ତୁରନ୍ତ ଏହାକୁ ଗ୍ରହଣ କରି ସାଧାରଣ ଜନତାକୁ ସମ୍ମାନ ଜନକ ଜୀବନ ଜାପନ କରିବାରେ ସହାୟକ ହୁଅନ୍ତୁ l
୫.ପଞ୍ଜାଵ ସରକାରଙ୍କ ଭଳି ଆମ ରାଜ୍ୟ ସରକାର ମଧ୍ୟ ଅନ୍ୟାନ୍ୟ ଫସଲର ଉତ୍ପାଦନକୁ ଉତ୍ସାହିତ କରନ୍ତୁ। ଜୁନ ମାସ ଶେଷ ଭାଗରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟରେ ଅନ୍ୟୁନ ୧୦୦ ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଅର୍ଥ ବରାଦ କରନ୍ତୁ ଏବଂ ପନିପରିବା,ଡାଲି, ତୈଳବୀଜ,ମାଛ,ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳତା ଦୂର କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନିଅନ୍ତୁ।

 

ଆପ୍ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଶୁଭାଶିଷ ସ୍ୱାଇଁ ଏବଂ ଆପ୍ ଭୁବନେଶ୍ୱର ମହାନଗର ନିଗମର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଙ୍କ ନେତୃତ୍ୱ ରେ ଆଜି ତା.୨୪.୦୫.୨୦୨୪ ଦିନ ଖୋର୍ଦ୍ଧା ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତ୍ତା ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଧାରଣା ସ୍ଥଳ ଠାରେ ଅନୁଷ୍ଠିତ ବିକ୍ଷୋଭରେ ସାମିଲ ହେଇଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦାନ କରିଥିଲେ ତଥା ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ,ରାଜ୍ୟ ସମ୍ପାଦକ(ସଙ୍ଗଠନ) ଶ୍ରୀ ଜନ୍ମେଜୟ ସ୍ୱାଇଁ,ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ରଙ୍ଗାଚରଣ ପ୍ରଧାନ,କଳାହାଣ୍ଡି ପ୍ରଭାରୀ ଶ୍ରୀ କୃତିବାସ ମୁଣ୍ଡ,କଟକ ଜିଲ୍ଲା ଆବାହକ ଶ୍ରୀ ଦୁର୍ଗା ପ୍ରସାଦ ପରିଡା,ପୁରୀ ଜିଲ୍ଲା ଆବାହକ ଶ୍ରୀ ସଞ୍ଜୀବ ମହାନ୍ତି,କେନ୍ଦ୍ରାପଡା ଆବାହକ ଶ୍ରୀ ସଂଦୀପ୍ତ ଦାସ ,ରାଜ୍ୟ ଯୁବ ଶାଖା ସଭାପତି ଶ୍ରୀ ସୋମନାଥ ରାଉତ ଯୋଗ ଦେଇଥିଲେ।

Leave A Reply

Your email address will not be published.