ଓଡ଼ିଆ ନ୍ୟୁଜ୍: ପୁଣି ICUକୁ ସ୍ଥାନାନ୍ତର ହେଲେ ଅଭିଜିତ୍ ମଜୁମଦାର।ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ICU ସ୍ଥାନାନ୍ତର।ଗତ ୨୪ ଘଣ୍ଟାରେ ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି। ସେପ୍ଟେମ୍ୱର ୪ ତାରିଖରୁ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଅଭିଜିତ୍। ତାଙ୍କ ଯାଞ୍ଚରେ ମିଳିଛି ଯେ, ସେ ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ।
ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଛି। ରକ୍ତରେ ଜୀବାଣୁ ସଂକ୍ରମଣ ଓ ପୁରୁଣା ଯକୃତ୍ ରୋଗ ସମସ୍ୟା ଏବଂ ଭିଟାମାଟି ‘ଡି’ ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି। ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡିକାଲ ଆଇସିୟୁ ରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା। କିନ୍ତୁ ଶନିବାର ସ୍ବାସ୍ଥ୍ୟ ବିଗିଡ଼ିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି।