ଓଡ଼ିଆ ନ୍ୟୁଜ୍: ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ। ବର୍ଷାରେ ୨୦ ଫୁଟ୍ ଲମ୍ବା କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଚନ୍ଦନେଶ୍ବର ଯାତ୍ରା ପାଇଁ ବରାହଲକ୍ଷ୍ମୀ ମନ୍ଦିରରେ ଯାଇଥିଲେ ଶ୍ରଦ୍ଧାଳୁ ।
ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଚନ୍ଦନ ଯାତ୍ରା ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏନଡିଆରଏଫ୍ ଓ ଏସ୍ଡି୍ଆରଏଫ୍ ଟିମ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହଠାତ୍ ୨୦ ଫୁଟର ଏକ ଅଂଶ ଭାଙ୍ଗି ଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।