ବ୍ୟାରିକେଡ୍‌ ଭାଙ୍ଗି ତଳକୁ ଖସିଲା ଗାଡ଼ି

0

ଓଡ଼ିଆ ନ୍ୟୁଜ୍: ବ୍ରିଜ୍‌ ବ୍ୟାରିକେଡ୍‌ ଭାଙ୍ଗି ତଳକୁ ଖସିଲା ଗାଡ଼ି।୧୦ ଫୁଟ ତଳକୁ ଖସିପଡ଼ିଲା କାର।ଗଛରେ ପିଟି ହୋଇ ଘର ଉପରକୁ ଛିଟ୍‌କି ପଡ଼ିଲା କାର। ଅଳ୍ପକେ ବର୍ତ୍ତିଗଲେ କାର ଡ୍ରାଇଭର।ରାଜଧାନୀରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍ ଡ୍ରାଇଭର ଓ ଘର ଲୋକେ । ଭୁବନେଶ୍ୱର ଶିଶୁଭବନ ଛକରେ ଘଟଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ରାଜଧାନୀରେ ବଡ଼ ଦୁର୍ଘଟଣା। ଶିଶୁ ଭବନ ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ତଳକୁ ଖସି ପଡ଼ିଥିଲା କାର । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାରଟି । ତେବେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ଘଟଣା ପରେ ସେଠାରେ କିଛି ସମୟ ପାଇଁ ଭିଡ଼ ଲାଗିରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Leave A Reply

Your email address will not be published.