ମିନି ଟ୍ରକ୍ ଓ ଟ୍ରେଲର ଧକ୍କା, ୧୩ ଜଣଙ୍କର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ ରାୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ମିନି ଟ୍ରକ୍ ଓ ଟ୍ରେଲର ଧକ୍କା ହୋଇ ୧୩ ଜଣଙ୍କର ମୃତ୍ୟୁ । ୪ଜଣ ଶିଶୁ ସମେତ ୯ ଜଣ ମହିଳା ଅଛନ୍ତି । ଫ୍ୟାମିଲି ଫଙ୍କସନ୍‌ରୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାୟ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ରାୟପୁର- ବଲୋଦାବାଜାର ରୋଡ଼ ସାରାଗାଁ ନିକଟରେ ଦୁର୍ଘଟଣା ହୋଇଛି ।ଏକ ଯାତ୍ରୀବାହୀ ମିନି ଟ୍ରକ ଓ ଟ୍ରେଲର ଧକ୍କା ହୋଇଥିଲା । ଏଥିରେ ୧୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେଥିରେ ୪ ଜଣ ଶିଶୁ ସମେତ ୯ ଜଣ ମହିଳା ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.