ଓଡ଼ିଆ ନ୍ୟୁଜ୍: ବାଇକ୍ ଆରୋହୀ-ବିଧାୟକଙ୍କ ଗାଡ଼ି ମୁହାଁମୁହିଁ ଧକ୍କା। ସାରସକଣା ବିଧାୟକଙ୍କ ଗାଡ଼ି ସହ ବାଇକ୍ର ମୁହାଁମୁହିଁ ଧକ୍କା। ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ ଦୁର୍ଘଟଣା। ବିଧାୟକଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଅଟକିଲା।ଗୁରୁତର ଦୁଇ ବାଇକ୍ ଆରୋହୀ ବାରିପଦା ମେଡିକାଲରେ ଭର୍ତ୍ତି।ଗାଡ଼ିରେ ଥିବା ବିଧାୟକ ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ। ବାଇକ୍ ଆରୋହୀ ରଙ୍ଗ ରୁଟ୍ରେ ଆସିବାରୁ ଦୁର୍ଘଟଣା କହିଲେ ବିଧାୟକ।
ମୟୂରଭଂଜ ଜିଲ୍ଲା ସାରସକଣା ବିଧାୟକଙ୍କ ଗାଡ଼ି ଧକ୍କାରେ ଏକ ଦଂପତି ଗୁରୁତର ହୋଇଥିବା କୁହାଯାଉଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଜଣେ ପୁରୁଷଙ୍କ ସହିତ ମହିଳା କୌଣସି କାମରେ ଯାଉଥିଲେ। ଏମାନେ ସମ୍ଭବତଃ ଦଂପତି ହୋଇଥାଇ ପାରନ୍ତି। ତେବେ ସେମାନଙ୍କର ଯିବା ସମୟରେ ଟିଗିରିଆ ଛକ ନିକଟରେ ବିଧାୟକଙ୍କର ଗାଡ଼ି ନିୟନ୍ତ୍ରଣ ହରାଇ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା।ଗାଡ଼ି ଧକ୍କାରେ ଦୁଇ ଜଣ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।