ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମୃତ କେତେବେଳେ କାହାକୁ ଅପେକ୍ଷା କରିଥାଏ, ତାହା କହିହେବନାହିଁ । ମୃତ୍ୟୁ ଦେଖେନି, ସମୟ ଓ ବୟସ । ଆଜି ମାମୁଁ ଭଣଜାଙ୍କ ଅକାଳ ବିୟୋଗ ହୋଇଛି । ପଥର ତଳେ ଚାପି ହୋଇ ମାମୁଁ ଭଣଜା ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ।ସେମାନେ ହେଲେ ରମ୍ଭା ନିକଟସ୍ଥ ଝାରେଡି ଗାଁ’ରେ ।
ସୂଚନା ଅନୁସାରେ ଗତ କିଛି ଦିନ ହେଲା ବନ୍ଧାଗୁଡ଼ା ଗାଁ ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ କରାଯାଉଛି। ଗତକାଲି ସନ୍ଧ୍ୟା ସମୟରେ ମଧ୍ୟ ପଥର ବ୍ଲାଷ୍ଟିଂ କରାଯାଉଥିଲା। ଦୁହେଁ ମାମୁ ଭଣଜା ସେଠାରେ ଠିଆ ହୋଇଥିଲେ। ହଠାତ୍ ସେମାନଙ୍କ ଉପରେ ବଡ଼ ପଥର ପଡ଼ିଯାଇଥିଲା। ଦୁହେଁ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୨ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି ନାରାୟଣ ଓ ମଧୁରଚୁଆ । ରମ୍ଭା ନିକଟସ୍ଥ ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ। ଉଭୟ ଶ୍ରମିକ ଭାବେ କାମ କରୁଥିଲେ।