ମହଙ୍ଗା ପଡିଲା ଯୁବତୀଙ୍କୁ ବାଟରେ ଅଟକାଇ ଶାରୀରିକ ସମ୍ପର୍କ ରଖିବାକୁ ଜିଦ କରିବା, ବନ୍ଧା ହୋଇ ଜେଲ ଗଲା ରୋଡ଼ ରୋମିଓ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଟରେ ଘାଟରେ ଅଟକାଇ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ଜିଦ୍ କରୁଥିଲା ରୋଡ଼ ରୋମିଓ । ଥାନାରେ ଅଭିଯୋଗ ପରେ ବନ୍ଧା ହୋଇ ଜେଲ ଗଲା ଅଭିଯୁକ୍ତ ଯୁବକ । ଘଟଣା ଘଟିଛି ବାଲିଅନ୍ତ ଥାନା ଅଂଚଳରେ। ଆଜି ଅଭିଯୋଗକାରିୀଙ୍କ ଅଭିଯୋଗ କ୍ରମେ ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ,  ଅଭିଯୁକ୍ତ ଜଣକ କଲେଜ ଯିବା ରାସ୍ତାରେ ପୀଡିତାଙ୍କୁ ନିୟମିତ ଭାବେ ପିଛା କରିବା ସହିତ ତାଙ୍କୁ ଭଲପାଇବା ନିମନ୍ତେ ଚାପ ପକାଉଥିଲେ । ଏହା ମଧ୍ୟରେ ଅଭିଯୁକ୍ତ ଜଣକ ପୀଡିତାଙ୍କୁ କୌଶଳ କ୍ରମେ ଏକ ହୋଟେଲକୁ ନେଇ ତାଙ୍କ ଅଜାଣତରେ ସେଠାରେ ତାଙ୍କର କିଛିଟା ଆପତ୍ତି ଜନକ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିନେଇଥିଲେ । ପରବର୍ତ୍ତୀ ସମୟରେ ଏହି ଫଟୋ ଏବଂ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବାର ଧମକ ଦେଖାଇ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରୁଥିଲେ । ଏହି ଘଟଣା ପରେ ପୀଡ଼ିତା ଜଣକ ଅଭିଯୁକ୍ତଙ୍କ ସହିତ ଆଉ କୌଣସି ଯୋଗାଯୋଗ ରକ୍ଷା କରିନଥିଲେ । ଏଣୁ ଅଭିଯୁକ୍ତ ଜଣକ ପୀଡ଼ିତା ବ୍ୟବହାର କରୁଥିବା ନମ୍ବରକୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ପୀଡିତାଙ୍କ ମୋବାଇଲ ଫୋନ ହଜି ଯାଇଥିବାରୁ ତାଙ୍କ ସହିତ ଅଭିଯୁକ୍ତଙ୍କର ଆଉ ଯୋଗାଯୋଗ ହୋଇପାରି ନଥିଲା ।

କିଛି ଦିନ ପୂର୍ବରୁ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ପିଛା କରିବା ସହିତ କଲେଜ ଯିବା ରାସ୍ତାରେ ଅଟକାଇ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରିଥିଲେ, ଏବଂ ତାହା ଯଦି ନକରନ୍ତି ତାହାଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଗତକାଲି ଜଣେ ସମ୍ପର୍କୀୟଙ୍କ ମୋବାଇଲ ଫୋନରେ ହଠାତ ଝିଅର ଆପତ୍ତି ଜନକ ଫଟୋ ଦେଖିବା ପରେ ଅଭିଯୋଗକାରୀ ଜଣକ ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ବାଲିଅନ୍ତା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ   ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ନିକଟରୁ ପୀଡିତାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଥିବା ମୋବାଇଲ ଫୋନକୁ ମଧ୍ୟ ଜବତ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.