ସଇଁନ୍ତଲାରେ ମହିଳାଙ୍କୁ ହତ୍ୟା ଘଟଣା: ସିନରିକ୍ରିଏସନ କଲା ପୋଲିସ,ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଛି।ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁର ଜାନକୀ ମହାନନ୍ଦ(୪୮) ତାଙ୍କର ବିଲକୁ ମାଛ ଧରିବା ପାଇଁ ଯାଇଥିଲେ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ ପରେ ପରେ ରାତି ପ୍ରାୟ ୭ ଟାରେ ମହିଳାଙ୍କ ମୃତ୍ୟୁ ଦେହକୁ ଏକ ବିଲ ପାଖେ ଦେଖିବାକୁ ପାଇଥିଲେ ପରେ ପରିବାର ଲୋକେ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।ମହିଳାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପୁଅ ପଦ୍ମନାଭ ମହାନନ୍ଦ।ତେବେ ଘଟଣା ସମ୍ପର୍କରେ ସଇଁନ୍ତଳା ପୋଲିସ ତିନି ଜଣକୁ ଅଟକ ରଖି ପଚରାଉଚରା କରିଥିଲା।ତେବେ ଦୁଇ ଜଣ ଯୁବକ ନିର୍ଦ୍ଦୋଷ ଥିବା ବେଳେ ଜଣେ ହତ୍ୟା କରିଥିବା ପୋଲିସ ଆଗରେ ସ୍ଵୀକାର କରିଥିଲା। ତେବେ ଅଭିଯୁକ୍ତ ପୁଷ୍କର ଗହିର(୩୫)କୁ ଆଜି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ,ସଇଁନ୍ତଳା ଥାନା ଅଧିକାରୀ ଅବନୀ ସାହୁ ,ଏସଆଇ ସଙ୍ଗିତା ବେଙ୍କ, ଏଏସଆଇ ଥବିର ମହାରଣା ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଅପରାଧୀକୁ ଧରି ଘଟଣା ସ୍ଥଲକୁ ନେଇ ସିନରିକ୍ରେସନ କରାଯାଇଥିଲା।

ଘଟଣା ସ୍ଥଳରେ ଏକ ଧାନ କଟା ଅସ୍ତ୍ର (ଦାଆ) ଜବତ କରିବା ସହ ଏକ ବାଉସ ଠେଙ୍ଗା ଜବତ କରିଥିଲା। ସୂଚନା ଯୋଗ୍ୟଯେ ପୁଷ୍କର ଗହୀର କହିବା ଅନୁଯାୟୀ ବିଲରେ ମହିଳା ଜଣକ ମାଛ ମାରିବା ପାଇଁ ଆସିଥିଲେ ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଯାହା ଫଲରେ ଅଭିଯୁକ୍ତ ଉତ୍ତେଜିତ ହୋଇ ପ୍ରଥମେ ଧାନ କଟା ଅସ୍ତ୍ର (ଦାଆ) ସାହାଯ୍ୟରେ ମହିଳା ଉପରେ ଆକ୍ରମଣ କରିଥିଲେ ଯାହାଦ୍ୱାରା ମହିଳା ଜଣକ ବିଲ ଭିତରେ ପଡ଼ିଯାଇଥିଲେ,କିଛି ସମୟ ପରେ ମହିଳା ଜଣକ ଉଠିବା ପାଇଁ ପ୍ରୟାସ କରିଥିଲେ ପୁଣି ଅଭିଯୁକ୍ତ ଦେଖି ପୁଣି ଥରେ ଠେଙ୍ଗା ସାହାଯ୍ୟରେ ମାଡ ମାରିଥିଲେ ପରେ ରକ୍ତାକ୍ତ ଧାନ କଟା ଯନ୍ତ୍ର (ଦାଆ)କୁ ନେଇ ବିଲକୁ ଯାଇ ପାଣିରେ ଧୋଇଥିଲେ ଓ ଠେଙ୍ଗାକୁ ପାଲ ଗଦା ଭିତରକୁ ଫିଙ୍ଗି ଦେଇଥିଲେ। ଏବଂ ଅଭିଯୁକ୍ତ ଜଣକ କିଛି ସମୟ ପରେ ନିଜ ଘରକୁ ଫେରିଥିବା ଅଭିଯୁକ୍ତ ଜଣକ ସିନରିକ୍ରେସନ ସମେରେ ଉପସ୍ଥିତ ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.