ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଡୁଆରେ ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଅଭିଯୋଗ କରିଛନ୍ତି, ବର୍ଷେ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ । ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ୍ କରୁଛନ୍ତି । ପ୍ରତିବାଦ କଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ । ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ ବି ଏନେଇ ପୋଲିସରେ ଏଯାଏ ଏତଲା ଦେଇ ନାହାନ୍ତି ଯୁବତୀ ।
ସେପଟେ ଅକ୍ଷୟ ପରିଜା କିନ୍ତୁ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କୁ ଟଙ୍କା ମାଗିବା ସହ କେହି ଜଣେ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରୁଥିବା ଏତଲା କପିରେ ଉଲ୍ଲେଖ କରିଛନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଯୁବତୀ ଜଣକ ସୋସିଆଲ ମିଡିଆରେ ଅଭିଯୋଗ ଆଣିଥିଲେ ମଧ୍ୟ ଥାନାରେ ଏତଲା ଦେଉନଥିବାରୁ ସସ୍ପେନ୍ସ ବଢାଉଛି।