ସୁଦାମ ମାରାଣ୍ଡିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦିଆଯାଇଛି ରାଜସ୍ୱ ବିଭାଗର ଦାୟିତ୍ୱ । ପ୍ରମିଳା ମଲ୍ଲିକ ଆଜି ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଚସ୍ପତି ପାଇଁ ନାମାଙ୍କନ ଭରିବା ପରେ  ସୁଦାମ ମାରାଣ୍ଡିଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି। ସୁଦାମ ମାରାଣ୍ଡି ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳି ସାରିଥିବା ବେଳେ ତାଙ୍କୁ ପୁନଃ ଏହି ପଦ ପାଇଁ ଚୟନ କରାଯାଇଛି। ତେବେ ଏନେଇ ଅଫିସିଆଲି କୌଣସି ସୂଚନା ପାଇ ନ ଥିବା କହିଛନ୍ତି ସୁଦାମ ମାରାଣ୍ଡି। ଏଥିସହ ଦାୟିତ୍ୱ ଦିଆଗଲେ ତାହାକୁ ତୁଲାଇବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ରାଜସ୍ୱ ଓ ଉଚ୍ଚ ଶିକ୍ଷା ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଖାଲି ପଡ଼ିଥିବାରୁ ଖୁବ୍‌ ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବେ ରୋହିତ ପୂଜାରୀଙ୍କୁ ବିଦା କରାଯାଇଥିବା ବେଳେ ଖାଲି ପଡ଼ିଛି ଉଚ୍ଚ ଶିକ୍ଷା ବିଭାଗ । ଖାଦ୍ୟ ଓ ନିରାପତ୍ତା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଅଯାଇଛି। ସେହିପରି ଏବେ ରାଜସ୍ୱ ବିଭାଗ ଖାଲି ହେବାରୁ ସୁଦାମ ମାରାଣ୍ଡିଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ ।

Leave A Reply

Your email address will not be published.