ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତି ଗିରଫ

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ ଅତିରିକ୍ତ ଯନ୍ତ୍ରୀ। କଳାଧନରେ କଳାସାମ୍ରାଜ୍ୟ ଗଢିଥିଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଦୀର୍ଘ ସମୟରେ ଧରି ବିଭିନ୍ନ ସ୍ଥାନରେ ଚଢାଉ ପରେ ଭିଜିଲାନ୍ସ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କୁ ଗିରଫ କରିଛି । ଏହାସହିତ ଜବତ ହୋଇଥିବା ବିଭିନ୍ନ ସଂପତ୍ତିକୁ ସିଜ୍ କରିଛି ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ଠିକଣା ଚଢାଉ କରିଥିଲା ଭିଜିଲାନ୍ସ । ଯେତେ ପ୍ରୋଜେକ୍ଟ, ସେତେ ଲାଞ୍ଚ । ହଳଦିଆ, ମାଟିଆ, ଧଳା ବିଭିନ୍ନ ରଙ୍ଗର ଏନଭଲପ ଦେଖିବାକୁ ମିଳୁଛି । ଏହି ଏନଭଲପ ଭିତରେ ଥିଲା ଲାଞ୍ଚ ଟଙ୍କା । ଏନଭଲପ ଉପରେ ଲେଖା ହୋଇଛି ବିଭିନ୍ନ ପ୍ରୋଜେକ୍ଟର ନାଁ । ମାନେ ପ୍ରତିଟି ପ୍ରୋଜେକ୍ଟ ଏବଂ ଏଗ୍ରିମେଣ୍ଟ ପାଇଁ ଲାଞ୍ଚ ଟଙ୍କା ଫିକ୍ସ କରିଥିଲେ ବାବୁ। କେନ୍ଦ୍ରୀୟ ଜଳସେଚନ ସର୍କଲ ବା ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ବାହାରିଛି ଏସବୁ ଏନଭଲପ । ଏଥିରୁ ଜଣାପଡ଼ୁଛି ବାବୁ ଜଣେ ଅଭ୍ୟାସଗତ ଲାଞ୍ଚୁଆ ଥିଲେ। ପ୍ରତିଟି ପ୍ରୋଜେକ୍ଟ ଏବଂ ଏଗ୍ରିମେଣ୍ଟ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିଲେ ଯନ୍ତ୍ରୀ ମହାଶୟ ।

Leave A Reply

Your email address will not be published.