ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଅତିରିକ୍ତ ଆଇଆଇସି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ନେଉଥିଲେ ଏହି ଲାଞ୍ଚ। ଏକ ପାରିବାରିକ ବିବାଦରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ନେଉଥିଲେ ଲାଞ୍ଚ।ଲାଞ୍ଚ ଟଙ୍କା ଅତିରିକ୍ତ ଆଇଆଇସିଙ୍କ ଠାରୁ ଜବତ। ଏ ନେଇ କୋରାପୁଟ ଭିଜିଲାନ୍ସ ଡିଭିଜନରେ ମାମଲା ରୁଜ୍ଜୁ ହୋଇଛି।
ରାତି ୧୦ ଟା ପରେ ଅଭିଯୋଗକାରୀଙ୍କୁ ଥାନାକୁ ଆସିବାକୁ କହିଥିଲେ ଅତିରିକ୍ତ ଆଇଆଇସି। ସିସିଟିଭି କ୍ୟାମେରାରୁ ନିଜକୁ ମୁକ୍ତ କରିବା ପାଇଁ ଥାନା ବାହାରକୁ ଏକ ନିଚ୍ଛାଟିଆ ସ୍ଥାନକୁ ଆସିଥିଲେ । ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ ଲିମରାଜ। ଭିଜିଲାନ୍ସ ଟିମକୁ ଅନତି ଦୂରରେ ଦେଖିବା ପରେ ଜଙ୍ଗଲିଆ ଅଞ୍ଚଳକୁ ପଳାଇ ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଭିଜିଲାନ୍ସ ଟିମ ତାଙ୍କୁ ଧରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ। ଭିଜିଲାନ୍ସ ଟିମରେ ଜଣେ ଡ଼ିଏସପି, ୩ ଜଣ ଇନିସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ।