ଓଡ଼ିଆ ନ୍ୟୁଜ୍: ବେଙ୍ଗାଳୁରୁରୁ ଗୌହାଟି ଯାଉଥିବା ବିମାନର ଜରୁରୀ ଅବତରଣ। ଭୁବନେଶ୍ୱରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ।ଜଣେ ଯାତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଅବତରଣ କଲା ବିମାନ। ଯାତ୍ରୀଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର ପରେ ପୁଣି ଉଡ଼ାଣ ଭରିଲା ବିମାନ। ଏନେଇ ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ।
ଏହା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର କର୍ମଚାରୀମାନେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ଯୁଦ୍ଧକାଳୀନଭିତ୍ତିରେ ବିମାନକୁ ଅବତରଣ ପାଇଁ ପ୍ରସ୍ତୁତି କରାଯାଇଥିଲେ। ବିମାନ ଅବତରଣ କଲା ପରେ ଅସୁସ୍ଥ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଦିଆଯାଇଥିଲା। ଏହା ପରେ ବିମାନଟି ଗୁଆହାଟୀ ଅଭିମୁଖେ ଉଡ଼ିଥିଲା।