ତିନି ବର୍ଷର ଝିଅକୁ ହତ୍ୟାକାଣ୍ଡ ଘଟଣାର ୧୦ ବର୍ଷ ପରେ ମାମଲାର ହେଲା ଖୁଲାସା, ଅଭିଯୁକ୍ତକୁ ମହାରାଷ୍ଟ୍ର ରୁ ଗିରଫ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କ୍ରାଇମ୍ ବ୍ରାଞ୍ଚ 10 ବର୍ଷର ହତ୍ୟା ମାମଲାକୁ ସଫଳତାର ସହ ଚିହ୍ନଟ କରିଛି। ପ୍ରଶାନ୍ତ ସାହାଣୀକୁ ମହାରାଷ୍ଟ୍ର ରୁ ଗିରଫ କରିଛି।ପାରିବାରିକ କଳହ କାରଣରୁ ରାଗିଯାଇ 18.08.2013 ରେ ତାଙ୍କ ତିନି ବର୍ଷର ଝିଅ ବୈତରଣୀ ନଦୀରେ ଫିଙ୍ଗି ଦେଇଥିଲା

ଏ ନେଇ ପ୍ରଶାନ୍ତ ଙ୍କ ପତ୍ନୀ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀ ପ୍ରସାନ୍ତ କୁମାର ସାହାଣୀଙ୍କ 3 ବର୍ଷର ବାଳିକାକୁ ଅପହରଣ ଓ ହତ୍ୟା ଅଭିଯୋଗ ସମ୍ପର୍କରେ ଚମ୍ପୁଆ ଥାନାରେ ଏତଲା ଦେଇଥିଲେ।
2010 ମସିହାରେ ବିବାହ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ମହାରାଷ୍ଟ୍ରର ଥାନେକୁ ଯାଇଥିଲେ କାରଣ ପ୍ରସନ୍ନ ସାହାଣୀ ଏକ ଘରୋଇ କାରଖାନାରେ ଫାୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ। ଅଭିଯୋଗକାରୀ 2011 ମସିହାରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।

18.08.2013 ରେ କେନ୍ଦୁଝର ଜିଲ୍ଲାର ଫାକିରପଡା ଠାରେ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ସେ ଝିଅ କୁ ସାଇକେଲରେ ବୈତରଣୀ ନଦୀରେ ଫିଙ୍ଗି ଦେଇଥିଲେ। ଏହା ପରେ, ପୋଲିସ ଗିରଫଦାରୀକୁ ଏଡାଇବା ଉଦ୍ଦେଶ୍ୟରେ ଅଭିଯୁକ୍ତ ବାରମ୍ବାର ବିଭିନ୍ନ ସ୍ଥାନକୁ ଯାଇ ତାଙ୍କ ପୋଷାକ ମଧ୍ୟ ବଦଳାଇ ଦେଇଥିଲା। ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିଯୁକ୍ତ ତାଙ୍କ ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ନମ୍ବର ବଦଳାଇ ଥିଲା

 

ମହାରାଷ୍ଟ୍ର ରାଜ୍ୟ ଅନ୍ତର୍ଗତ ମୁରବାଦ୍‌ରେ ଅଭିଯୁକ୍ତଙ୍କ ସ୍ଥାନ ସମ୍ପର୍କରେ ଏକ ସଠିକ୍ ସୂଚନା ପାଇବା ପରେ କ୍ରାଇମ୍ ବ୍ରାଞ୍ଚ ଦଳ ଗତ 28ତାରିଖରେ ସେଠାକୁ ଯାଇ ଥିଲେ। 29ରେ ଅଭିଯୁକ୍ତ ପ୍ରସାନ୍ତ ସାହାଣୀଙ୍କୁ ଗିରଫ କରି କଟକକୁ ଅଣାଯାଇଥିଲା ଏବଂ ପଚରାଉଚରା ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲେ ଯେଉଁଥିପାଇଁ ତାଙ୍କୁ ଆଜି ଅର୍ଥାତ୍ 01.07.2023 ସନ୍ଧ୍ୟାରେ ଗିରଫ କରାଯାଇଥିଲା। 02.07.2023 ରେ ଆନନ୍ଦପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ।

Leave A Reply

Your email address will not be published.