୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ପାଇଛନ୍ତି ନୂଆ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରେ ଘଟିଛି। ଟ୍ରଲର ଲେଉଟିବାର ୫ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ ଏମଭି ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ସମୁଦ୍ରରେ ଭାସୁଥିବାବେଳେ ତାଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧାଇ ଏକ କ୍ରେନ୍ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ନାଁ ରବିନ୍ଦ୍ର ନାଥ ଦାସ। ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ।

ଗତ ୮ ଦିନ ତଳେ ସେ ଏବଂ ତାଙ୍କର ୧୫ ଜଣ ସାଥୀ ଏକ ଟ୍ରଲର ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାତ୍ର ଏକ ସାମୁଦ୍ରିକ ଝଡ଼ରେ ଟ୍ରଲର ବୁଡ଼ିବା ପରେ ସମସ୍ତେ ଏଣେତେଣେ ଭାସି ଯାଇଥିଲେ। ରବୀନ୍ଦ୍ର ମଧ୍ୟ ଜୀବନ ବିକଳରେ ମଝି ସମୁଦ୍ରରେ ପହଁରିବାକୁ ଲାଗିଥିଲେ।

ପରେ ନିଜ ପକେଟରେ ଥିବା ଲାଇଫ୍ ଜ୍ୟାକେଟ୍ ପିନ୍ଧି ସେ ସମୁଦ୍ରରେ ଭାସିବାକୁ ଲାଗିଥିଲେ। ଦିନ ପରେ ଦିନ ଅଖିଆ ଅପିଆ ସେ ସମୁଦ୍ର ମଝିରେ ଭାସିବାକୁ ଲାଗିଲେ। ଆଉ ବର୍ଷା ହେଲେ ଉପରକୁ ଅନାଇ ନିଜର ଶୋଷ ମେଣ୍ଟାଉଥିଲେ। ଆଶା ଥିଲେ କେହି ନା କେହି ତାଙ୍କୁ ନିଶ୍ଚୟ ଉଦ୍ଧାର କରିବେ। ଆଉ ଶେଷରେ ୫ ଦିନ ପରେ ତାଙ୍କର ଆଶା ପୂରଣ ହେଲା।

Leave A Reply

Your email address will not be published.