ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଭାରତୀୟ ଷ୍ଟାର ଓପନର୍ ଶୁବମନ ଗିଲ ଡେଙ୍ଗୁରେ ପୀଡିତ । ଏଣୁ ସେ ସେ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରୁ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ଭାରତୀୟ ଭେଟେରାନ କମେଣ୍ଟ୍ରିଟର ହର୍ଷା ଭୋଗଲେ ମଧ୍ୟ ଡେଙ୍ଗୁ ଶିକାର ହୋଇଛନ୍ତି । ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ହର୍ଷା ମିସ୍ କରିବେ । ଭାରତୀୟ କମେଣ୍ଟ୍ରିଟର X ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ମ୍ୟାଚକୁ ହରାଇ ସେ ନିରାଶ ହୋଇଛନ୍ତି ।
ହର୍ଷା ଭୋଗଲେ ଲେଖିଛନ୍ତି, ୧୪ ଅକ୍ଟୋବରରେ ଭାରତ-ପାକ୍ ମ୍ୟାଚ୍ କରିବାକୁ ନେଇ ମୁଁ ନିରାଶ ହୋଇଛି । ମୋତେ ଡେଙ୍ଗୁ ହୋଇଛି ସେଥିପାଇଁ ଦୁର୍ବଳତା ଓ କମ୍ ଇମ୍ୟୁନିଟି ଏହା ଅସମ୍ଭବ କରିଦେବ । ମୁଁ ଆଶା କରୁଛି ୧୯ ତମ ମ୍ୟାଚ୍ ପାଇଁ ସମୟରେ ଫେରିବି । ମୋର ସହକର୍ମୀ, ଓ ପ୍ରସାରଣ କର୍ମଚାରୀମାନେ ବହୁତ ସାହାଯ୍ୟ କରିଛନ୍ତି ଏବଂ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଅପେକ୍ଷା କରିଛି । ଗିଲଙ୍କ ବିଷୟରେ କହିବାକୁ ଗଲେ ଭାରତୀୟ ଓପନର୍ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଯେଉଁଠାରେ ଟିମ୍ ଇଣ୍ଡିଆ ଏହାର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୧୪ ରେ ପାକିସ୍ତାନ ବିପକ୍ଷରେ ଖେଳିବ । ତେବେ ଗିଲ ମ୍ୟାଚର ଅଂଶ ହେବ କି ନାହିଁ ସେ ସମ୍ପର୍କରେ କୌଣସି ଅଧିକାକାରୀକ ସୂଚନା ପ୍ରକାଶ କରାଯାଇ ନାହିଁ । ଉଭୟ ପ୍ରାରମ୍ଭିକ ମ୍ୟାଚରେ ଇଶାନ କିଶାନ ରୋହିତ ଶର୍ମାଙ୍କ ସହ ଓପନର୍ ଭାବରେ ଖେଳିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶୂନରେ ଇଶାନ ଆଉଟ୍ ହୋଇଥିଲେ ।
ସେ ବାଂଲାଦେଶ ବିପକ୍ଷରେ ୪୭ ରନର ଏକ ଇନିଂସ ଖେଳିଥିଲେ ।ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନର ଦଳ ନିଜର ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିଛନ୍ତି । ଭାରତ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଓ ଦ୍ୱିତୀୟ ମ୍ୟାଚ ବାଂଲାଦେଶ ବିପକ୍ଷରେ ଜିତିଛି । ଯେତେବେଳେ କି ପାକିସ୍ତାନ ଦଳ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡ ଓ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ।