ପହଲଗାମ ଆତଙ୍କୀ ହମଲା ଘଟଣା ବନ୍ଦ ହେଲା ଅଟରୀ-ୱାଘା ସୀମା

0

ଓଡ଼ିଆ ନ୍ୟୁଜ୍: ପହଲଗାମ୍‌ ନରସଂହାର ବୈଦେଶିକ ମନ୍ତ୍ରାଳୟର ବଡ଼ ଘୋଷଣା । ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କଲା ଭାରତ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ସିସିଏସ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି। ଭାରତରେ ପାକିସ୍ତାନୀ ଦୂତାବାସ ବନ୍ଦ, ସିନ୍ଧୁ ଜଳ ଚୁକ୍ତିନାମା ବାତିଲ, ପାକିସ୍ତାନୀ ଭିସା ବାତିଲ ଆଦି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଟାରୀ-ଓ୍ଵାଘା ବର୍ଡର ତତ୍କାଳ ପ୍ରଭାବରୁ ବନ୍ଦ ଘୋଷଣା କରିଛି ଭାରତ।

ସବୁ ପ୍ରକାରର ପାକିସ୍ତାନ ଭିସା ରଦ୍ଦ କରାଯିବ ସହ ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଓ ଭାରତ ମଧ୍ୟରେ ଗମନାଗମନ ପାଇଁ ବ୍ୟବହାର ହେଉଥିବା ଅଟାରୀ ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ନାଗରିକଙ୍କୁ ଭାରତ ଯାତ୍ରା କରିବାକୁ ଏବେ ଅନୁମତି ମିଳିବ ନାହିଁ।

Leave A Reply

Your email address will not be published.