ଲକଡାଉନ ସମୟରେ ଓଡିଶାରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନଃ ପ୍ରଚଳନ ହେଲା, କିଛି ଦିନ ତଳେ ରେଳମନ୍ତ୍ରୀ ଘୋଷଣା କରିଥିଲେ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲକଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନ ପ୍ରଚଳନ ପାଇଁ ନିକଟରେ ଓଡିଶା ଗସ୍ତ ସମୟରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ତଟ ରେଳବାଇର ଚାରି ଯୋଡି ଟ୍ରେନ୍ ପୁନ ପ୍ରଚଳନ କରିବାକୁ ଘୋଷଣା କରିଥିଲେ |
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପୂର୍ବ ତଟ ରେଲୱେ ଅଧୀନରେ ସାତ ଯୋଡି ଟ୍ରେନକୁ ପୁନ ପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି | ଏହି ଟ୍ରେନ୍ ଗୁଡିକ ହେଉଛି… ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟରସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍ଏବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲ |
18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ 27 ଜୁନ୍, 2022 ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି | ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ୁଛି |
08438/08437 କଟକ-ଭଦ୍ରକ-କଟକ ସ୍ପେଶାଲ୍ 27 ଜୁନ୍, 2022 ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି | କଟକରୁ ଏହି ଟ୍ରେନ୍ ପୂର୍ବାହ୍ନ ୧୧ଘ.୫୫ମି.ରେ ଏବଂ ଭଦ୍ରକରୁ ଅପରାହ୍ନ ୩ଘ.୩୦ମି.ରେ ଛାଡ଼ୁଛି |
18512/18511 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ 1st ଜୁଲାଇ, 2022 ଠାରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଅପରାହ୍ନ ୨ଘ.୫୦ମି.ରେ ବିଶାଖାପାଟଣା ଠାରୁ ଛାଡିବାକୁ ଥିବାବେଳେ ଏହା 2 ଜୁଲାଇ, 2022 ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ସକାଳ ୫ଘ.୨୫ମି.ରେ କୋରାପୁଟ ଠାରୁ ଛାଡିବ |
18526/18525ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟନମ୍ ଏକ୍ସପ୍ରେସ 14 ଜୁଲାଇ, 2022 ଠାରୁ ବିଶାଖାପାଟଣାରୁ ଅପରାହ୍ନ ୩ ଘଟିକାରେ ଛାଡିବାକୁ ଥିବାବେଳେ 15 ଜୁଲାଇ, 2022 ଠାରୁ ବ୍ରହ୍ମପୁରରୁ ପୂର୍ବାହ୍ନ ୦୯ଘ.୪୫ମି.ରେ ଛାଡିବ |
08534/08533 ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ୍ 15 ଜୁଲାଇ, 2022 ଠାରୁ ପଲାସାରୁ ଭୋର ୪ଘ.୧୫ମି.ରେ ଛାଡିବାକୁ ଥିବାବେଳେ 16 ଜୁଲାଇ, 2022 ଠାରୁ କଟକରୁ ଅପରାହ୍ନ ୪ଘ.୧୫ମି.ରେ ଛାଡିବ |
08414/08413 ପୁରୀ-ତାଳଚେର-ପୁରୀ ସ୍ପେଶାଲ୍ 12 ଜୁଲାଇ, 2022 ଠାରୁ ପୁରୀ ରୁ ସନ୍ଧ୍ୟା ୫ ଘଟିକାରେ ଛାଡିବାକୁ ଥିବାବେଳେ 13 ଜୁଲାଇ, 2022 ଠାରୁ ତାଳଚେର ଠାରୁ ଭୋର ୫ଘ.୪୫ମି,ରେ ଛାଡିବ |
20857/20858 ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ 15 ଜୁଲାଇ, 2022 ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ରି ୧୧ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ସାଇ ନଗର ସିରିଡ଼ି ଠାରୁ 17 ଜୁଲାଇ, 2022 ରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୨ଘ.୧୦ମି.ରେ ଛାଡିବ |
ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଟ୍ରେନ ମାନଙ୍କରେ 100% ଲିନେନ/ବେଡ଼ ରୋଲ ସେବା ପ୍ରଚଳନ କରାଯାଇଅଛି | ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ସମସ୍ତ 63 ଟି ଟ୍ରେନରେ ଏହି ସୁବିଧା ପୁନ ଆରମ୍ଭ ହୋଇସାରିଛି | Covid19 ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଟ୍ରେନ ମାନଙ୍କରେ ଲିନେନ/ବେଡ଼ ରୋଲ ସେବା ପ୍ରତ୍ୟାହାର କରାଯାଇଥିଲା |