ଓଡ଼ିଆ ନ୍ୟୁଜ(ବ୍ୟୁରୋ ): ଯେଉଁମାନଙ୍କ ଜୀବନ ଯାଇଛି ସେମାନେ ପ୍ରାୟ ଶ୍ରମିକ ଶ୍ରେଣୀ ର। ଏ ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଅବହେଳା ପାଇଁ ଇସ୍ତଫା ଦିଅନ୍ତୁ ରେଳ ମନ୍ତ୍ରୀ। ଦୁର୍ବଳ ଟ୍ରାକ ରେ ବନ୍ଦେ ଭାରତ କେମିତି ଚାଲିବ। ତଦନ୍ତ ହେବ ଜଣେ ସିଗନାଲ ମ୍ୟାନ କୁ ସସ୍ପେଣ୍ଡ କରିବେ। ଏହା କଣ ଯଥେଷ୍ଟ। ରେଳ ମନ୍ତ୍ରୀ କୁହନ୍ତୁ କାହିଁକି ଖାମ୍ ଖିଆଲ ଭାବେ ବିଭାଗ କୁ ଚଳାଉଛନ୍ତି। ରେଲୱେ ବୋର୍ଡ କହୁଚି କବଚ ଲଗେଇବା ପାଇଁ ଅର୍ଥ ନାହିଁ କି ତାର manufacture ଲାଗି କିଛି ସୁବିଧା ନାହିଁ। ତାହାଲେ ଏତେ ପ୍ରଚାର ପ୍ରସାର କାହିଁକି କରାଗଲା। ଯଦି ଗୋଟିଏ ବଗି ରୁ ୨୦ ଟି ମୃତ ଦେହ ବାହାର କରିବାକୁ ୨୪ ଘଣ୍ଟା ଲାଗିଲା ତାହାଲେ କଣ କୁହାଯିବ। ୨୪ଘଣ୍ଟା ପୂର୍ବରୁ ଉଦ୍ଧାର ହୋଇଥିଲେ ହୁଏତ ଆଉ କିଛି ବଞ୍ଚି ଯାଇଥାନ୍ତେ। ରେଳ ମନ୍ତ୍ରୀ ଲଜ୍ଜିତ ହେବା କଥା।
ଗତକାଲି ରେଳ ମନ୍ତ୍ରୀ ଆଉ ଗୋଟେ ଚାଲାକି କରିଛନ୍ତି। କହିଲେ cbi ତଦନ୍ତ ହେବ। ଅପରାଧିକ ପୃଷ୍ଠ ଭୂମି ଥିଲେ cbi ତଦନ୍ତ ହୁଏ। ତା ମାନେ ରେଳ ମନ୍ତ୍ରୀ ସ୍ବୀକାର କରୁଛନ୍ତି ଯେ କିଛି ଗୋଟେ ଅପରାଧିକ କାର୍ଯ୍ୟ କଳାପ ହୋଇଛି। କିଏ କରିଛି? ପ୍ରାଥମିକ ରିପୋର୍ଟ ରୁ କଣ ଆସିଛି ତାହା କୁହନ୍ତୁ ରେଳ ମନ୍ତ୍ରୀ। ମୃତାହତ ପରିବାରକୁ ଚାକିରି ଦିଆଯାଉ।