ପୌର ନିର୍ବାଚନରେ ଓବିସି ସ୍ଥାନ ସଂରକ୍ଷଣ ନେଇ ପୁଣି ହାଇକୋର୍ଟରେ ମାମଲା: ଏହି ସବୁ ଅଧିକାରୀଙ୍କୁ ନୋଟିସ କଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୌର ନିର୍ବାଚନରେ ଓବିସି ସ୍ଥାନ ସଂରକ୍ଷଣ ନେଇ ପୁଣି ହାଇକୋର୍ଟରେ ମାମଲା। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ହାଇକୋର୍ଟ ଏ ସମ୍ପର୍କିତ ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନ,ଓବିସି କମିଶନ ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଜୁନ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର କଂଗ୍ରେସ ନେତା ସନ୍ତୋଷ ଭୋଳ ଓ ଅନ୍ୟଜଣେ ପୂର୍ବତନ କର୍ପୋରେଟର ଚାରୂଲତା ସାହୁଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି।

ପୌର ନିର୍ବାଚନ ସଂଶୋଧନ ଅଧ୍ୟାଦେଶ ୨୦୨୧ କୁ ଗତ ୩୦ ଡିସେମ୍ବର ରେ ରାଜ୍ୟ ସରକାର ଆଣିଛନ୍ତି। ପୂର୍ବ ଅଧ୍ୟାଦେଶ ଅନୁଯାୟୀ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିଲେ। କିନ୍ତୁ ଏହି ଅଧ୍ୟାଦେଶ ବଳରେ ଓବିସି ସ୍ଥାନ ସଂରକ୍ଷଣକୁ ସଂପୂର୍ଣ୍ଣ ଉଛେଦ କରାଯାଇଥିଲା। ଏହି ଅଧ୍ୟାଦେଶକୁ ଏହି ପିଟିସନରେ ଚାଲେଞ୍ଜ କରାଯାଇଛି। ପୌର ନିର୍ବାଚନ ରେ ଓବିସି ଙ୍କ ପାଇଁ ସଂରକ୍ଷଣ ରହିବା ଆବଶ୍ୟକ ଓ ଏଥିପାଇଁ ଓବିସି କମିଶନଙ୍କ ସୁପାରିଶ ଅନୁସାରେ ସ୍ଥାନ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ଆଜି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ଓବିସି କମିଶନଙ୍କ କଣ ସୁପାରିଶ ରହିଛି ସେ ସମ୍ପର୍କରେ ରିପୋର୍ଟ ତଲବ କରିବା ସହ ପ୍ରତିପକ୍ଷ ରାଜ୍ୟ ନିର୍ବାଚନ କମିଶନ,ଓବିସି କମିଶନ ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।।

ସେପଟେ ଆଜି  ପ୍ରକାଶ ପାଇଛି  କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା। 59 ଟି ଯାକ ୱାର୍ଡରେ ମୋଟ 4 ଲକ୍ଷ 50 ହଜାର 759 ଭୋଟର ଅଛନ୍ତି। ମୋଟ ପୁରୁଷ ଭୋଟର ସଂଖ୍ୟା 2 ଲକ୍ଷ 31 ହଜାର 30 ଓ ମହିଳା ଭୋଟର ସଂଖ୍ୟା 2 ଲକ୍ଷ 19 ହଜାର 598। ଏହାସହ 131 ଜଣ ଥାର୍ଡ ଜେଣ୍ଡର ଅନ୍ତର୍ଭୁକ୍ତ। 25 ନମ୍ବର ୱାର୍ଡରେ ସର୍ବାଧିକ 10 ହଜାର 106 ଭୋଟର। ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ସିଏମସି। ଜନସଂଖ୍ୟା ବୃଦ୍ଧି ପାଇ ଥିବାରୁ ଚଳିତ ନିର୍ବାଚନରେ ବୃଦ୍ଧି ପାଇ ପାରେ ବୁଥ ସଂଖ୍ୟା। ପ୍ରତି ବୁଥ୍ରେ 1000 ରୁ 1200 ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ବୁଥ ଭେରୀଫିକେସନ କାର୍ଯ୍ୟ ଜାରି ରହିଛି। ସିଏମସି କମିଶନର ଅନନ୍ୟା ଦାସ୍ ଏନେଇ ସୂଚନା ଦେଇଛନ୍ତି।

 

 

Leave A Reply

Your email address will not be published.