ଖେଳାଳିଙ୍କ ଫଟୋ ଉଠାଇଦେବାରୁ ସାମ୍ବାଦିକଙ୍କୁ ମାଡ଼ ମାରି ଫୋନ ଛଡାଇ ନେଲା ପୋଲିସ, କଳିଙ୍ଗ ଷ୍ଟାଡିୟମ ବାହାରେ ଘଟିଛି ଘଟଣା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ପୋଲିସ ଆକ୍ରେଶର ଶିକାରେ ହେଲେ ଜଣେ ସାମ୍ବାଦିକ। ନିରପେକ୍ଷ ଭାବେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆଶାଳୀନ ବ୍ୟବହାର ଦେଖେଇବା ସହ ମାଡ ମାରିବା ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଚଳିତ ବର୍ଷ ଅନ୍ତର୍ଜାତୀୟ ହକି ଖେଳ ଆୟୋଜନ କରାଯାଇଥିବା ବେଳେ ବିନା ପାସ୍ ରେ କାହାରିକୁ ଷ୍ଟାଡିୟମ୍ ଯିବା ପାଇଁ ବାରଣ କରାଯାଇଛି ।
ଷ୍ଟାଡିୟମ୍ ର ପ୍ରମୁଖ ଗେଟ୍ ରେ ଓ ପଛ ପଟ ଗେଟ୍ ରେ ସୁରକ୍ଷାକର୍ମୀ ତଥା ପୋଲିସ ଙ୍କୁ ନିୟୋଜିତ କରାଯାଇଛି । ତେବେ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକ କଳିଙ୍ଗ ଷ୍ଟାଡିୟମ୍ କୁ ମ୍ୟାଚ୍ ର ଫୋଟ ଆଣିବା କାର୍ଯ୍ୟ ରେ ଯାଇଥିଲେ ହେଲେ ହେଁ ଷ୍ଟାଡିୟମ୍ ର ପ୍ରମୁଖ ଗେଟ୍ ପଟ ରାସ୍ତାରେ ପ୍ରବେଶ କରୁଥିବା ଖେଳାଳୀ ମାନଙ୍କ ବସ୍ ର ଫଟୋ ଉତ୍ତୋଳନ କରୁଥିବା ସମୟରେ କିଛି ସୁରକ୍ଷା କର୍ମୀ ସାମ୍ବାଦିକ ଙ୍କୁ ଇଙ୍ଗିତ କରିବା ସହ ଫଟୋ ଉଠାଇବା କୁ କେନ୍ଦ୍ର କରି ମାରପିଟ୍ କରିବା ପରେ କ୍ୟାମେରା ଭାଙ୍ଗି ଦେବା ଭଳି କଥା ସାମ୍ନାକୁ
ସଂଗ୍ରହ କରିବା ପାଇଁ ଯାଇଥିବା ସାମ୍ୱାଦିକ ଙ୍କ ପ୍ରତି ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ପୋଲିସ କର୍ମଚାରୀ ମାନଙ୍କ ବିରୋଧ ରେ ଏସପି , ଭୁବନେଶ୍ୱର ଙ୍କ ନିକଟରେ ସାମ୍ୱାଦିକ ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି । ସରକାର ‘peoples policing’ ଉପରେ ଗୁରୁତ୍ବ ଦେଉଥିବା ବେଳେ ସାମାନ୍ୟ କଥାରେ ପୋଲିସ ଉତ୍ୟକ୍ତ ହୋଇ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ କରିବା ପୋଲିସ ର କିଭଳି ଶୃଙ୍ଖଳା ଏହା ଉପରେ ସାଧାରଣ ରେ ପ୍ରଶ୍ନ ଉଠିଛି । ଏଠି ରାଜ୍ୟରେ ସାମ୍ବାଦିକ ମାନେ ପୋଲିସ ଦ୍ବାରା ଅତ୍ୟାଚାର ହେଉଥିବା ବେଳେ ସାଧାରଣ ଜନତା ଏଠି କେତେ ସୁରକ୍ଷିତ ବୋଲି ସାମ୍ବାଦିକ ସଂଘ ଅଭିଯୋଗ କରିଛି ।