ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଜେବି କଲେଜ ଛାତ୍ରଙ୍କୁ ପୁଣି ରେଗିଂ ଅଭିଯୋଗ। ବିଜେବି କଲେଜ ଆମ୍ବେଦକର ଛାତ୍ରାବାସରେ ରହୁଥିବା ସୁପର ସିନିୟର ରେଗିଂ କରିଥିବା ଅଭିଯୋଗ l +୨ ଦ୍ବିତୀୟ ବର୍ଷର ବାଣିଜ୍ଯ ବିଭାଗର ରୁଦ୍ରନାରାୟଣ ପାତ୍ରଙ୍କୁ ତାଙ୍କ ସୁପର ସିନିଅର ଛାତ୍ର ମାଡ଼ ମାରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ୩୦ ଜଣ ଛାତ୍ର ମିଶିକି ମାଡ଼ ମାରିଥିବା ନେଇ ରୁଦ୍ରନାରାୟଣ ଅଭିଯୋଗ କରିଛନ୍ତି। ୨୦୦୦ ହଜାର ଟଙ୍କା ମଧ୍ୟ ନେଇ ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ରୁଦ୍ରନାରାୟଣ।
ସେପଟେ ରୁଦ୍ର ନାରାୟଣ କରିଥିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବେଦକର ହଷ୍ଟେଲ ଛାତ୍ର। ରୁଦ୍ର ତାଙ୍କ ହଷ୍ଟେଲ ଆଗରେ ବାଇକ ଚଳାଇ ଯାଆନ୍ତି। ଏପରିକି ହଷ୍ଟେଲରେ ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ଗାଡ଼ିରେ ଧକ୍କା ଦେଇଥିଲେ। ଆମେ ମନା କରିବାରୁ ରୁଦ୍ର ଏଭଳି ଅଭିଯୋଗ କରିଛନ୍ତି। ଏହା ସହିତ ଆମ୍ବେଦକର ହଷ୍ଟେଲ ଛାତ୍ର ଅଭିଯୋଗ କରିଛନ୍ତି ହଷ୍ଟେଲର କୌନସି ସୁରକ୍ଷା ନାହିଁ। ସିକ୍ୟୁରିଟି ଗାର୍ଡ ମଧ୍ୟ ନାହାନ୍ତି। ଯାହାର ସୁଯୋଗ ନେଇ ଅଣ ଛାତ୍ର କଲେଜ ପରିସରକୁ ପ୍ରବେଶ କରୁଛନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।
ବିଜେବି କଲେଜରେ ଛାତ୍ରଙ୍କୁ ରାଗିଂ ମାମଲାକୁ ଖଣ୍ଡନ କଲେ ଡିସିପି । ସେ କହିଛନ୍ତି ଅଭିଯୋଗକାରୀ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର ସେ ହଷ୍ଟେଲରେ ରୁହନ୍ତି ନାହିଁ । ଗତ ୬ ତାରିଖରେ ବାଇକରେ ଜଣଙ୍କ ସହ ଧକ୍କା ହେଲା ପରେ ଠେଲା ପେଲା ହେଲା ଓ ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କ ନାନେଇ ଅଭିଯୋଗ ହୋଇଥିଲା। ଆଜି ଆମ୍ବେଦକର ହଷ୍ଟେଲର କିଛି ଛାତ୍ର ଏହି ଘଟଣାକୁ ନେଇ ଅଭିଯୋଗକାରୀ ଛାତ୍ରକୁ ଘେରିଥିଲେ ତାଙ୍କ ନାଁ ରେ ଦିଆ ଯାଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ତାଗିତ କରିଥିଲେ। ପରେ ଦୁଇ ପକ୍ଷ ଭିତରେ ପୁଣି ଠେଲା ପେଲା ହୋଇଥିଲା
ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ହୋଇଛି। ପୋଲିସ ଏହାର ତଦନ୍ତ କରୁଛି ।