ଓଡ଼ିଆ ନ୍ୟୁଜ(ବ୍ୟୁରୋ):ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟି କୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି । ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ରହିଛନ୍ତି ।
ଘଟଣା ସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ରହିଛି । ସେପଟେ କଲେଜ ଅଧକ୍ଷ କହିଛନ୍ତି କଲେଜ ସମୟ ଭିତରେ ଛାତ୍ର ଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାଁନ୍ତି, ତେଣୁ ଫାଟକ ବନ୍ଦ ରହିଛି। ସେପଟେ ଛାତ୍ର ଛାତ୍ରୀ କହିଛନ୍ତି ସବୁଦିନ କଲେଜ ଗେଟ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି,ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି, କିନ୍ତୁ ଭାରତ ମାତା ଙ୍କ ପାଇଁ ସେଲିବ୍ରେସନ ଗେଟ ବନ୍ଦ ରହୁଛି।