ପାରିବାରିକ କଳହର ଉଗ୍ରରୂପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାନ ଦେଢ଼ସୁର ଘରର ସାନ ବୋହୁ କୁ ଅସଦ ଆଚରଣ କରିବାରୁ ବଡ଼ ଦେଢ଼ସୁର ପ୍ରତିବାଦ କଲା. ଫଳରେ ପାରିବାରିକ କଳହ ଉଗ୍ରରୂପ ନେଇଥିଲା | ଦୁଇ ଭାଇ ଙ୍କ ଭିତରେ ହାତାହାତି ହୋଇ ରାଗରେ ଦାଦା ପୁଅ ସାନଭାଇ,ବଡ଼ ଭାଇ ର ଓଠ କାମୁଡି ଛିଣ୍ଡେଇ ଦେଇଚ୍ଛି | କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ବସପୁର ପଞ୍ଚାୟତ ଆରୀପଦା ଗାଁ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା |

ଆରିପଦା ଗ୍ରାମ ର ରାକେଶ ମଲିକ ଙ୍କ ସ୍ତ୍ରୀ ସୁନନ୍ଦା ଦାସ ଗାଧେଇବାକୁ ଯାଇଥିବା ବେଳେ ତାଙ୍କୁ ତାଙ୍କର ଶାନ ଶଶୁର ଙ୍କ ପୁଅ ପ୍ରଭାତ ମଳିକ ନଦୀ ତୁଠ ରେ ଅସଦ ଆଚରଣ କରିଥିଲେ |ସୁନନ୍ଦା ଙ୍କ ସ୍ୱାମୀ ବାହାରେ କାମ କରୁଥିବାରୁ ସେ ନିଜ ଶଶୁର ଓ ବଡ଼ ଦେଢ଼ସୁର କାଳନ୍ଦୀ ଚରଣ ମଳିକ ଙ୍କୁ ସବୁ ଘଟଣା ଜଣାଇଲେ | କାଳନ୍ଦୀ ଏ ସମ୍ପର୍କିତ ଦାଦା ପୁଅ ସାନଭାଇ ପ୍ରଭାତ ମଳିକ ଙ୍କୁ ପଚାରିବାରୁ ଦୁଇଭାଇ ଙ୍କ ଭିତରେ ଝଗଡା ହୋଇଥିଲା | ପରେ ଭାଇବୋହୁ କୁ ନେଇ ଦୁଇ ଭାଇ ଙ୍କ ବିବାଦ ଉଗ୍ର ରୂପ ନେଇ ହାତାହାତି ହୋଇଥିଲା |ତେବେ ପ୍ରଭାତ ମଳିକ ଭୀଷଣ ରାଗିଯାଇ ବଡ଼ଭାଇ କାଳନ୍ଦୀ ମଲ୍ଲିକ ଙ୍କୁ ମାଡ଼ ମରିବା ସହ ତାଙ୍କ ଓଠ କାମୁଡି ଛିଣ୍ଡେଇ ଦେଇଥିଲେ ଓ ନିଜ ଘର ଲୋକ ଙ୍କୁ ବି ମାଡ଼ ମାରି ଆହତ କରିଥିଲେ | ପ୍ରଭାତ ଙ୍କ ମା ରୋକିବାକୁ ଚେଷ୍ଟା କରିବାରୁ ପ୍ରଭାତ ତାଙ୍କୁ ମଧ୍ୟ ଠେଲି ଦେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି |

ଓଠ ଛିଣ୍ଡି ଯିବା ପରେ କାଳନ୍ଦୀ ମଳିକ ଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ନେବାପରେ ଅବସ୍ଥା ଗୁରୁତର ଥିବାରୁ କଟକ ଏସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି | ପ୍ରଭାତ ଙ୍କ ମା ମଧ୍ୟ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ରତ ଅଛନ୍ତି. ଉଭୟ ପକ୍ଷରୁ କେନ୍ଦ୍ରାପଡ଼ା ସଦର ଥାନା ରେ ଏତଲା ହେବା ପରେ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି | ଅନ୍ୟ ପରେ ପ୍ରଭାତ ତାଙ୍କ ନାମ ରେ ଆସିଥିବା ଅଭିଯୋଗ କୁ ଖଣ୍ଡନ କରିବା ସହ ଭାଇ ବୋହୁ ଙ୍କୁ ଯଦି ସେ ଅସଦ ଆଚରଣ କରିଥିବେ ତେବେ ତାଙ୍କୁ ବାହା ହବିଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି

Leave A Reply

Your email address will not be published.