ପୁରୀର ବ୍ରହ୍ମଗିରି ଅଞ୍ଚଳରେ ପୁଣି ବୋମାମାଡ଼: ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହୋଲି ଉତ୍ସବ ସମୟରେ ବିବାଦରୁ ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼ ହୋଇଛି । ଦଣ୍ଡୁସିପଡା ଗାଁରେ ୨୦ ରୁ ଅଧିକ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ରାଜନୈତିକ ବିବାଦକୁ ନେଇ ଏହି ଅଞ୍ଚଳରେ ବୋମା ମାଡ଼ ହୋଇଥିଲା ।

ପୂର୍ବରୁ ପ୍ରଥମେ ଫେବ୍ରୁଆରି ମାସ ୧୦ ତାରିଖରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ପୁଲିସ ଉଭୟ ପଟୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ନିର୍ବାଚନ ଶେଷ ହେବା ପରେ ୧୮ ତାରିଖରେ ସେହି ୬ ଜଣ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିବାପରେ ୧୯ ତାରିଖରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୪୦ରୁ ଅଧିକ ବୋମାମାଡ଼ ହୋଇଥିଲା। ପୁଲିସ ଗାଁରେ ଚଢ଼ାଉ କରି ଉଭୟ ପକ୍ଷର ପ୍ରାୟ ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗତକାଲି ଅପରାହ୍ନରେ ହୋଲି ଖେଳ ପରେ ଗୋଟିଏ ଦଳର ଦୁଇ ଜଣ ଯୁବକ ଗାଁରୁ ଅନ୍ୟ ଗାଁରୁ ଚିକେନ କିଣି ଫେରିବା ବେଳେ ତାଙ୍କୁ ଅପରପକ୍ଷର କିଛି ଯୁବକ ଅଚାନକ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ଏଥିରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲୁଷିକାନ୍ତ ପ୍ରଧାନ ଓ ଶୁଭାଶିଷ ପ୍ରଧାନ। ଏହାଛଡ଼ା ୪ ଜଣ ଆହତ ହୋଇଥିବାର ବି ସୂଚନା ମିଳିଛି। ଗାଁମୁଣ୍ଡରେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ପୁରୀ ସଦର ଏସଡିପିଓ ପୁଲିସ ଫୋର୍ସ ସହ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ଗାଁରୁ ପୁରୁଷ ଓ ମହିଳା ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.