ଦେବଗଡ଼ରୁ ପୁଣି ଧରା ହେଲା ହନୁମାନ ପଇସା ନାମରେ ମ୍ୟାଗ୍ନେଟିକ କଏନ, ଜଣେ ଯୁବକ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେବଗଡ଼ ଜିଲ୍ଲାରେ ବେଆଇନ ହନୁମାନପଇସା ରକେଟ ସକ୍ରିୟ ରହିଥିବା ବେଳେ ପୁଲିସର ମାରାଥନ ରେଡ ବେଆଇନ ବେପାରୀଙ୍କ ନିଦ ହାଯାଇଛି l ଗତକାଲି ରିଆମାଳ ଥାନାଞ୍ଚଳରୁ ହନୁମାନ ପଇସା ସହ ଜଣେ ଅଭିଯୁକ୍ତ ଗିରଫ ହେବାର ୨୪  ଘଣ୍ଟା ନ ପୂରୁଣୁ ଜିଲ୍ଲା ପୁଲିସ ସ୍ପେଶାଲ ସ୍କୱାର୍ଡ ହାତରେ ପୁଣି ଧରା ପଡିଛି ଆଉ ଏକ ହନୁମାନ ପଇସା କାରବାର ରେ ସମ୍ପୃକ୍ତ ଯୁବକ l ଗତକାଲି ରାତିରେ ଝାଡ଼େଶ୍ୱର ମନ୍ଦିର ପରିସରରେ ଗ୍ରାହକଙ୍କ ସହ ୨ ଲକ୍ଷ ଟଙ୍କା ରେ ଡିଲ ବେଳେ ଜଣେ ଯୁବକକୁ ଗିରଫ କରିଛି ଜିଲ୍ଲା ପୁଲିସର ସ୍ପେଶାଲ ସ୍କୱାର୍ଡ l ଗିରଫ ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାଞ୍ଚଳ ର ବ୍ରହ୍ମlନନ୍ଦ ବଳ l

ଅଭିଯୁକ୍ତ ବ୍ରହ୍ମlନନ୍ଦ ବିରୁଦ୍ଧରେ ଦେବଗଡ଼ ଥାନାରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆଇବି ଡ଼ିଏସପି ପ୍ରଦୀପ କୁମାର କେରକେଟ୍ଟା,ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ, ଅତିରିକ୍ତ ଥାନା ଅଧିକାରୀ ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥଲେ l

Leave A Reply

Your email address will not be published.