ଓଡିଆ ନ୍ୟୁଜ୍(ବ୍ୟୁରୋ): ସକ୍ରିୟ ଆଉ ଏକ ଘୁର୍ଣ୍ଣିବଳୟ। ଆସନ୍ତାକାଲି ଠୁ ପୁଣି ବଢିବ ବର୍ଷା। ଉତ୍ତର ଉପକୂଳ ରେ ପ୍ରବଳ ବର୍ଷା ନେଇ ଆକଳନ। ପୁଣି ଫୁଲିବ ସୁବର୍ଣ୍ଣରେଖା, ବୈତରଣୀ ଓ ବୁଢ଼ାବଳଙ୍ଗ। ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ମିଆଁମାର ଉପକୂଳ ରେ ଏକ ଘୁର୍ଣ୍ଣିବଳୟ ରହିଛି। ଯାହାର ପ୍ରଭାବରେ ଆସନ୍ତାକାଲି ଠାରୁ ପୁଣି ରାଜ୍ୟରେ ବର୍ଷା ହେବ। ୨୩,୨୪ ଓ ୨୫ ତିନି ଦିନ ଧରି ରାଜ୍ୟରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡିଶା ସମେତ ଅନ୍ୟ ଜିଲାରେ ଘଡଘଡି ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ପରିଲକ୍ଷିତ ହେବ। କାଲିଠାରୁ ବର୍ଷା ବଢିବ। ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ7, କେନ୍ଦୁଝର ମୟୁରଭଂଜ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଂଜ,ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ ଓ କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ହେବ। ତେବେ ଘୁର୍ଣ୍ଣିବଳୟ ଲଘୁଚାପ ର ରୂପ ନେବ ନା ନାହିଁ ଓ ଏହାର ପ୍ରଭାବ କେତେ ରହିବ ତାହା ପରବର୍ତ୍ତୀ ସମୟରେ ଜଣାଯିବ। ୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୧୫% ଅଧିକ ରହିଛି, ଏହି ସମୟ ମଧ୍ୟରେ ବୌଦ୍ଧ ୬୨%ଏବଂ କନ୍ଧମାଳ ୭୩%ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି।