ଓଡିଆ ନ୍ୟୁଜ୍(ବ୍ୟୁରୋ): ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବେନର ଲାଲ ରଙ୍ଗର କପଡାରେ ଧଳା ଅକ୍ଷରରେ ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇ ଶନିବାର ମଧ୍ୟରାତ୍ର ରେ ମରଜାଇଥିବ ଦେଖିବାକୁ ମିଳିଛି । ରବିବାର ଦିନ ଘୁନୁସର ବଜାର ହୋଇଥିବା ବେଳେ ବଜାର କୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବେନର ଦେଖିବାକୁ ପାଇଥିଲେ । ମରାଜାଇଥିବା ବେନରରେ ଓଡ଼ିଆ ଭାଷାରେ ପୁଲିସ ଦମନ ବିରୋଧରେ ମେ ୨୦ ତାରିଖ ଏକ ଦିନ ଓଡିଶା ରାଜ୍ୟ ବନ୍ଦ ସଫଳ କରନ୍ତୁ ।

ଗଲା ଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଲିବର୍ଷଣ ରେ ୨୦ ଜଣ ବିପ୍ଲବି ଙ୍କ ହତ୍ୟା କରିବାରେ ରାଜ୍ୟବନ୍ଦ କୁ ସଫଳ କରନ୍ତୁ । ରାଜନୀତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧ କୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି ବ୍ର।ହ୍ମଣୀୟ , ହିନ୍ଦୁତ୍ଵ , ଫାସିବାଦ ସରକାର ଦ୍ଵାରା ଚାଲଯାଉଥିବା ଦମନ ଅଭିଯାନ ବିରୋଧ କରନ୍ତୁ । କମ୍ରେଡ଼ ରବିନ୍ଦ୍ର, କମ୍ରେଡ଼ ରୋହିତ ଅମର ରହେ । ଲେଖା ହେବା ସହ ତଲେ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ ୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ମାଓ ବ୍ୟାନର ଲଗାଯାଇଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଏ ଘଟଣା ର ଖବର ପାଇ ପୋଲିସ ବେନର ଦ୍ୱୟ କୁ ଜବତ କରିଥିବା ସୂଚନା ମିଳିଛି ।