ଆୟତପୁର ଅଗ୍ନିଵିପନ୍ନ ପରିବାରକୁ ସହାୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆୟତପୁର ଅଗ୍ନିଵିପନ୍ନ ପରିବାରକୁ ସହାୟତା | କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କଳସପୁର ପଞ୍ଚାୟତ ଆୟତପୁର ଗାଁ ଏକ ନମ୍ବର ୱାର୍ଡ ର ଅସହାୟ ଦିବାକର ଜେନା ଓ ତାଙ୍କ ଝିଅ ଡାଙ୍ଗୀ ଜେନା ଙ୍କ ଚାଳ ଛପର ଘର କୁ ଗତ ଶୁକ୍ରବାର ରାତିରେ କେହି ଦୁର୍ବୁତ୍ତ ବାହାରପଟୁ ବନ୍ଦ କରି ନିଆଁ ଲଗେଇ ଦେଇଥିଲା |

ଫଳରେ ଦିବାକର ଙ୍କ ଘର ସମ୍ପୂର୍ଣ ଜଳି ପୋଡି ପାଉଁସ ହେବା ସହିତ ସମସ୍ତ ଟଙ୍କା ପଇସା ଆସବାବ ପତ୍ର ମଧ୍ୟ ନଷ୍ଟ ହେବାଦ୍ବାରା ସେ ସର୍ବଶାନ୍ତ ହୋଇପଡ଼ିଥିଲେ | ଗଣମାଧ୍ୟମ ରୁ ଖବର ପାଇ ମଙ୍ଗଳ ବାର ଦିନ ଆଳି ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆସ ଖୁସିବାଣ୍ଟିବା ଫାଉଣ୍ଡେସନ ସଭାପତି ପ୍ରଶାନ୍ତ ଜେନା ଙ୍କ ନିର୍ଦେଶ କ୍ରମେ ସୁବ୍ରତ ବେହେରା, ସଞ୍ଜୟ କୁମାର ମଲ୍ଲିକ , ଚନ୍ଦନ କୁମାର ମହାରଣା, ସୌଭାଗ୍ୟ ରାଉତ, ଅମ୍ବିକା ମଲ୍ଲିକ, ଡ଼ଃ କୈଳାସ ମଲ୍ଲିକ ଙ୍କ ସମେତ କଳସପୁର ପଞ୍ଚାୟତ ର ସରପଞ୍ଚ ସୁଧୀର ମଳିକ ପ୍ରମୁଖ ଅଗ୍ନିଵିପନ୍ନ ଦିବାକର ଜେନା ଙ୍କ ବାସ ଭବନରେ ପହଞ୍ଚି ଗୋଟିଏ ମାସର ଶୁଖିଲା ଓ ରନ୍ଧା ଖାଦ୍ୟ ସାମଗ୍ରୀ ସହିତ ଜରିପାଲ ସେମାନଙ୍କ ପିନ୍ଧିବା ପାଇଁ ବସ୍ତ୍ର, କମ୍ବଳ ସପ ଆଦି ପ୍ରଦାନ କରିଥିଲେ |

ତୁରନ୍ତ ପ୍ରଶାସନ ଅସହାୟ ଦିବାକର ଙ୍କ ପରିବାରକୁ ବାସଗୃହ ଖଣ୍ଡେ ଯୋଗାଇଦେବାକୁ ଆସ ଖୁସି ବାଣ୍ଟିବା ଫାଉଣ୍ଡେସନ ର କର୍ମକର୍ତା ମାନେ ଗଣମାଧ୍ୟମ ଜରିଆରେ ଦାବୀ କରିଥିଲେ |

Leave A Reply

Your email address will not be published.