ରାଇରଙ୍ଗପୁର ମହିଳା କଲେଜ ତରଫରୁ ଏଡସ୍ ସଚେତନତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଏଡସ୍ ଦିବସରେ ରାଇରଙ୍ଗପୁର ମହିଳା କଲେଜ ତରଫରୁ ଏଡସ୍ ସଚେତନତା ବାର୍ତ୍ତା ଅନୁଷ୍ଠିତ | ଆଜି ଡିସେମ୍ବର ୧ ` ବିଶ୍ବ ଏଡସ୍ ଦିବସ´ |

ଏହି ଅବସରରେ ରାଇରଙ୍ଗପୁର ମହିଳା କଲେଜର ୟୁଥ୍ ରେଡକ୍ରସ, ଏନଏସଏସ ଓ ଆଇ ୱାଇ ଡି ପିର ମିଳିତ ଆନୁକୂଲ୍ୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରୀମାନଙ୍କ ଦ୍ବାରା ଏଡସ୍ ସଚେତନତା ବାର୍ତ୍ତା କଲେଜରୁ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲେ | ସେଠାରେ ଏନଏସଏସ , ଆଇ ୱାଇ ଡି ପି ଓ ୟୁଥ୍ ରେଡକ୍ରସର ଅଫିସର ଗଣ ଛାତ୍ରୀମାନଙ୍କୁ ଏଡସ୍ କଅଣ ଓ ତାହାର ଭୟାଭୟତା ସଂପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ |

ତାପରେ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ସେବନ କରି କଲେଜକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଆଇ ୱାଇ ଡି ପି ନୋଡାଲ ଅଫିସର ଅଧ୍ୟାପକ ବିଜୟ କୁମାର ରାମ, ଏନଏସଏସ ପ୍ରୋଗ୍ରାମ ଅଫିସର ଡଃ ରାଜେନ୍ଦ୍ର ମଣ୍ଡଳ, ୟୁଥ୍ ରେଡକ୍ରସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପ୍ରିୟତ୍ତମା ହେମ୍ବ୍ରମ, ଅଧ୍ୟାପକ ରୁଦ୍ରନାଥ ଧୀର, ଅଧ୍ୟାପିକା ପାନେଶ୍ବରୀ ଟୁଡୁ, ପୁଷ୍ପଲତା ମୁର୍ମୁ, ଯଶୋଧାରା ମହାନ୍ତ ତଥା କର୍ମଚାରୀଗଣ ଶ୍ୟାମସୁନ୍ଦର ମଣ୍ଡଳ, ମାୟା ମାହାଲି, କୁନି ବେହେରା, ସୁଲୋଚନା ପଲେଇ, ପଦ୍ମିନୀ ପାଲ ଓ ଶକୁନ୍ତଳା ଲୋହାର ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.