ଶିମିଳିପାଳ କଲେଜ ଅଫ ନର୍ସି ତରଫରୁ ଏଡସ୍ ସଚେତନତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଇରଙ୍ଗପୁରରେ ଶିମିଳିପାଳ କଲେଜ ଅଫ ନର୍ସିଂ ତରଫରୁ ଏଡସ୍ ସଚେତନତା | ଆଜି ରାଇରଙ୍ଗପୁର ସହରସ୍ତ ଶିମିଳିପାଳ କଲେଜ ଅଫ ନର୍ସି ତରଫରୁ ଏଡସ୍ ସଚେତନତା ବାର୍ତ୍ତା କରି ସହର ପରିକ୍ରମା କରିଥିଲେ |

ଏହି ସମୟ ରେ ଏଡସ୍ ର ଭୟାଭୟତା ସଂପର୍କରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଯଥା ଏଡସ୍ କର ଦେଶରୁ ଦୂର, ହୋଇବ ଦେଶ ସ୍ବଚ୍ଚ ସୁନ୍ଦର, ଏଡସ୍ କୁ କର ଦେଶରୁ ମୂଳପୋଛ, ଦେଶର ହେବ ଉନ୍ନତି ଇତ୍ୟାଦି ଇତ୍ୟାଦି | ଏହାପରେ ସେମାନେ ଦୁର୍ଗାମଣ୍ଡପ ଛକରେ ଏକ ସଚେତନାତ୍ମକ ନାଟକ ଅନୁଷ୍ଠିତ ହୋଇଥିଲା | ଏହାପରେ ସେମାନେ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କୁ ମଧ୍ୟ ସଚେତନ କରିଥିଲେ |

ଏହି ମହନୀୟ କାର୍ଯ୍ୟକ୍ରମରେ ଓମ ଆୟୁଷ ବେହେରା, ପ୍ରଣବ୍ ଗିରି, ସନ୍ତୋଷ ଦତ୍ତ, ମାନସ ନାୟକ, ବୈଜନ୍ତି ହେମ୍ବ୍ରମ, ସୋନାଲି ବେହେରା, ବାସନ୍ତୀ ହେମ୍ବ୍ରମ, ପୂଜା ବାରା, ଏବଂ ଅଧ୍ୟାପକ ସୋନାଲି ହେମ୍ବ୍ରମ,ବୁଦୂଜ ମଝି,କଲେଜ କର୍ତ୍ତୃପକ୍ଷ ପ୍ରଦ୍ୟୁମ୍ନ ଦତ୍ତ, ଭବାନୀ ଶଙ୍କର ମହାନ୍ତି, ଅଜୟ ମହାପାତ୍ର, ମୂରଲୀ ନାୟକ, ପ୍ରଦୀପ ସିଂ,ଚତୁର୍ଭୁଜ ସାହୁ ଅବିନାଶ ବାରିକ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ |

Leave A Reply

Your email address will not be published.